June 15, 2026
Home » ପରିଣିତା ବିଶାଳ ରଜ ପର୍ବ–୨୦୨୬ ର ଭବ୍ୟ ଆୟୋଜନ

ପରିଣିତା ବିଶାଳ ରଜ ପର୍ବ–୨୦୨୬ ର ଭବ୍ୟ ଆୟୋଜନ

0
WhatsApp Image 2026-06-15 at 5.08.02 PM

ଓଡ଼ିଆ ସଂସ୍କୃତି,ପର୍ବ ଓ ପରମ୍ପରା ଚିର ସବୁଜ:ଅପରାଜିତା

ଭୁବନେଶ୍ୱର, :- ଆମ ଓଡ଼ିଶା ରେ ବାର ମାସରେ ତେର ପର୍ବ। ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଜ୍ୱେଷ୍ଠ ମାସର ଶେଷ ଦିନରୁ ପହିଲି ରଜ ଭାବରେ ଆରମ୍ଭ ହୋଇ,ଆଷାଢ ମାସର ପ୍ରଥମ ଦିନ ରଜ ସଂକ୍ରାନ୍ତି ଓ ପର୍ବର ତୃତୀୟ ଦିନ ତଥା ଆଷାଢ ମାସର ଦ୍ୱିତୀୟ ଦିନ ଭୂଇଁ ଦହନ, ଏବଂ ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହୁଏ ରଜ ପର୍ବ। ତେବେ ଏହି ମହାନ୍ କୃଷି ଭିତ୍ତିକ, ନାରୀ କୈନ୍ଦ୍ରିକ ପର୍ବ ନାରୀ ଋତୁମତୀ ବା ରଜ୍ଵଶିଳା ହେବା ପରି ଆଷାଢ ଆଗମନରେ ଭୂମି ସହିତ ମେଘର ମିଳନ ରେ ଭୂ ମାତା ଉତ୍ପାଦନ କ୍ଷମ ହେବାକୁ ସହାୟକ ହେବା ନେଇ ଏହି କୃଷି ଭିତ୍ତିକ ଗଣପର୍ବ କୁ ରଜ ପର୍ବ ରୂପେ ଧୁମ୍ ଧାମରେ ପାଳନ କରାଯାଏ। ଘରେ ଘରେ ପିଠା ପଣା ର ଆୟୋଜନ ସହିତ ଝିଅ ମାନେ ସଜ ହୋଇ ରଜ ପାନ,ଦୋଳି ଖେଳି ଏହି ପର୍ବ ପାଳିତ ହୋଇଥାଏ।ତେବେ ଉପକୂଳ ଓଡ଼ିଶା ରୁ ଆରମ୍ଭ ହୋଇଥିବା ଏହି ମହାନ୍ ପର୍ବ ,ବର୍ତ୍ତମାନ କେବଳ ଓଡ଼ିଶା ର ସମସ୍ତ ଅଞ୍ଚଳ ନୁହେଁ, ବରଂ ଦେଶର ବିଭିନ୍ନ ଅଞ୍ଚଳ ଓ ଭାଷାଭାଷୀ ଲୋକଙ୍କ ପାଇଁ ସାଜିଛି ଏକ ପ୍ରମୁଖ ଗଣପର୍ବ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ଦେଖାଯାଇଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ପ୍ରୟାସ ଓ “ପରିଣିତା” ସଂଗଠନ ଦ୍ୱାରା ଆୟୋଜିତ ‘ପରିଣିତା ରଜ ପର୍ବ–୨୦୨୬ ରେ। ଭୁବନେଶ୍ୱର ୟୁନିଟ୍–୮ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଥିବା ଏହି ରଜ ପର୍ବ, ଓଡ଼ିଶାର ଲୋକକଳା, ସଂସ୍କୃତି ଓ ରଜ ପରମ୍ପରାକୁ ଜୀବନ୍ତ ରଖିବା ଏବଂ ନୂତନ ପିଢ଼ୀଙ୍କ ମଧ୍ୟରେ ଏହାର ମହତ୍ତ୍ୱକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ପରିକଳ୍ପନା କରାଯାଇଥିଲା ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯେଉଁଥିରେ ସାମିଲ ହୋଇଥିଲେ ବହୁ ଭାଷାଭାଷୀର ତିନି ହଜାର ରୁ ଅଧିକ ମହିଳା।ଯାହା ଏହି ରଜ ପର୍ବ ପାଳନ କୁ କରିଥିଲା ଅଧିକ ଭବ୍ୟ।
ଏଥିସହିତ ଗ୍ରାମାଞ୍ଚଳର ରଜ ପର୍ବର ପରିବେଶକୁ ମନେ ପକାଇବା ପାଇଁ ଫୁଲରେ ସୁସଜ୍ଜିତ ଦୋଳି ସ୍ଥାପନ କରାଯାଇଥିଲା। ମହିଳାମାନେ ଉତ୍ସାହର ସହିତ ଦୋଳି ଖେଳିବା ସହ ରଜର ପାରମ୍ପରିକ ଆନନ୍ଦକୁ ଉପଭୋଗ କରିଥିଲେ।


କାର୍ଯ୍ୟକ୍ରମରେ ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା, ଛେନାପୋଡ଼, ଛେନା ଗଜା, ଦହିବରା-ଆଳୁଦମ, ପାନ, ପାପଡ଼ି ଚାଟ୍, ପୁରି-ଡାଲମା ଆଦି ପାରମ୍ପରିକ ଖାଦ୍ୟର ଆକର୍ଷଣୀୟ ଷ୍ଟଲ୍ ଲଗାଯାଇଥିଲା। ଏହାସହ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ୍ ମଧ୍ୟ ଆୟୋଜିତ ହୋଇଥିଲା। ତିନି ହଜାରରୁ ଅଧିକ ମହିଳା ଏହି ରଜ ଉତ୍ସବରେ ଯୋଗଦେଇ ଏହାକୁ ସଫଳ କରିଥିଲେ। ଉତ୍ସବରେ ରଜ ଗୀତ ପ୍ରତିଯୋଗିତା,ପିଠା ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା,ଶଙ୍ଖ ପ୍ରତିଯୋଗିତା, ହୁଳହୁଳି ପ୍ରତିଯୋଗିତା, ରଜ ଦୋଳି ପ୍ରତିଯୋଗିତା,ଓଡ଼ିଶୀ ନୃତ୍ୟ ପରିବେଷଣ ଓ ରାମ୍ପ ଶୋ ଆଦି ଆୟୋଜିତ ହୋଇଥିଲା।ଯେଉଁଥିରେ ସିନିୟର୍ ଓ ଜୁନିଅର୍ ବିଭାଗ ରେ ରଜ କୁଇନ୍ ବିବେଚିତ ହୋଇଥିଲେ।ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ କରିଥିଲେ।


ଏହି ଅବସରରେ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ରଜ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାର ପ୍ରତୀକ। ଆମ ଝିଅ ଓ ବୋହୂମାନେ ଏହି ଐତିହ୍ୟକୁ ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ପହଞ୍ଚାଇବା ଆବଶ୍ୟକ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ରଜର ପରମ୍ପରାକୁ ଅଧିକ ସୁଦୃଢ଼ କରାଯାଇପାରିବ।ସେ ଆହୁରି ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ରଜ ପର୍ବକୁ ଆହୁରି ବଡ଼ ଆକାରରେ ଆୟୋଜନ କରାଯିବ, ଯାହାଦ୍ୱାରା ଓଡ଼ିଆ ସଂସ୍କୃତି ଓ ରଜ ପରମ୍ପରା ଦେଶବ୍ୟାପୀ ପରିଚିତି ଲାଭ କରିପାରିବ।ଶେଷରେ ସାଂସଦ “ପରିଣିତା”ର ସମସ୍ତ ସଦସ୍ୟ, ସ୍ୱେଚ୍ଛାସେବୀ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇ ଏଭଳି ସଫଳ ଆୟୋଜନ ପାଇଁ ପ୍ରଶଂସା କରିଥିଲେ। ଏହି ଉତ୍ସବ ଓଡ଼ିଆ ପରମ୍ପରା, ନାରୀ ସଶକ୍ତିକରଣ ଓ ସାମାଜିକ ଏକତାର ଏକ ଅନନ୍ୟ ନିଦର୍ଶନ ହୋଇ ରହିବ ବୋଲି ସମସ୍ତେ ମତପୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *