୨୨ତମ ରାଜ୍ୟସ୍ତରୀୟ ସବ୍ ଜୁନିଅର୍ ହ୍ୟାଣ୍ଡବଲ ଚାମ୍ପିଅନ ଗଞ୍ଜାମ ଦଳକୁ ସମ୍ବର୍ଦ୍ଧିତ କଲେ ବିଧାୟକ
କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ ଆୟୋଜିତ ୨୨ତମ ଅଲ ଓଡିଶା ସବ ଜୁନିଅର ବାଳିକା ଓ ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଂଜାମର ବାଳକ ଦଳ ଫାଇନାଲରେ ଆୟୋଜକ କେନ୍ଦୁଝରକୁ ଏକତରଫI (୧୭/୭)ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଛି। ସେହିଭଳି ଗଞ୍ଜାମ ବାଳିକା ଦଳ ସେମିଫାଇନାଲରେ ଯାଜପୁର ସହିତ ଏକ ସଂଘର୍ଶପୂର୍ଣ୍ଣ ମ୍ୟାଚରେ (୮/୭) ଗୋଲ ବ୍ୟବଧାନରେ ପରାସ୍ତ ହୋଇ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଗ୍ରହଣ କରିଛି। ଉଭୟ ଦଳ ଆଜି ବ୍ରହ୍ମପୁରରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ କେ ଅନିଲ କୁମାର ଉଭୟ ବାଳକ ଓ ବାଳିକା ଦଳର ସଦସ୍ୟ ଓ ଅଫିସିଆଲଙ୍କୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ବିଧାୟକ ଉଭୟ ଦଳର ସଦସ୍ୟଙ୍କୁ ଉପହାର ସ୍ୱରୂପ ମେଡାଲ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାର ମୁଖ୍ୟ ପ୍ରଶିକ୍ଷକ ତଥା ଏନ ଆଇ ଏସ କୋଚ ପ୍ରଶାନ୍ତ କୁମାର ରଥ, ଜିଲ୍ଲା ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ବରିଷ୍ଠ ଖେଳାଳି ସନ୍ଦୀପ କୁମାର ପାତ୍ର ଓ ଏ. ତେଜସ୍ୱୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ହ୍ୟାଣ୍ଡବଲ ଦଳର ସମସ୍ତ ଖେଳାଳି ବିଭିନ୍ନ ବର୍ଗରେ ଉନ୍ନତ ଖେଳ ପ୍ରଦର୍ଶନ କରି ନିୟମିତ ସଫଳତା ହାସଲ କରି ଆସୁଥିବାରୁ ବିଧାୟକ କେ ଅନିଲ କୁମାର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିୟମିତ ନିଷ୍ଠାର ସହିତ କଠିନ ପରିଶ୍ରମ କରି ଆଗାମୀ ଦିନରେ ଅଧିକ ସଫଳତା ହାସଲ କରିବାକୁ ପରାମର୍ଶ ଦେବା ସହିତ ନିଜ ନିଜ ପାଠ ପଢା ଉପରେ ମଧ୍ୟ ଅନୁରୂପ ଧ୍ୟାନ ଦେଇ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ଖେଳର ଉତ୍ତୋରତ୍ତର ଉନ୍ନତି ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି କହିଥିଲେ।
narasingh dakua nka report
