June 20, 2026
Home » ବିଏମ୍ ସି ମୁଖ୍ୟାଳୟରେ ଆକ୍ସିସ ବ୍ୟାଙ୍କର ସ୍ୱାସ୍ଥ୍ୟ ସେବା ଶିବିର ସହ ଗ୍ରାହକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ବିଏମ୍ ସି ମୁଖ୍ୟାଳୟରେ ଆକ୍ସିସ ବ୍ୟାଙ୍କର ସ୍ୱାସ୍ଥ୍ୟ ସେବା ଶିବିର ସହ ଗ୍ରାହକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

0
WhatsApp Image 2026-06-19 at 7.20.48 PM (1)

ଭୁବନେଶ୍ୱର::ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.) ରେ ସ୍ୱାସ୍ଥ୍ୟ ସେବା ଶିବିର ଓ ଗ୍ରାହକ ସଚେତନତା ଅଭିଯାନ ଆରମ୍ଭ କଲା ଆକ୍ସିସ୍ ବ୍ୟାଙ୍କ । ଭାରତର ଅଗ୍ରଣୀ ଘରୋଇ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ଆକ୍ସିସ୍ ବ୍ୟାଙ୍କ ସାମନ୍ତରାପୁର ଶାଖା ପକ୍ଷରୁ ଆଜି ସହରରେ ‘ନଜର ଫ୍ରଡ୍ ପର୍, ସବର୍ ଖୁଦ୍ ପର୍’ ଶୀର୍ଷକ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନକୁ ବିଏମ୍ ସିର ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଆଇ.ଏ.ଏସ୍.ଙ୍କ ସମେତ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦୀପକ ରଂଜନ ବେହେରାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଆକ୍ସିସ୍ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ରାଜ୍ୟ ସରକାରୀ ବିଜନେସ୍ ମୁଖ୍ୟ, ଶ୍ରୀ ଭବାନୀ ଶଙ୍କର ଦୀକ୍ଷିତ, କ୍ଲଷ୍ଟର ମୁଖ୍ୟ-ଶ୍ରୀ ସୋମଦିପ୍ତ ଚନ୍ଦ୍ର, କ୍ଷେତ୍ର ମୁଖ୍ୟ-ବେତନ-ଶ୍ରୀ ରବି ଶଙ୍କର ନାୟକ, ସହକାରୀ ଉପାଧ୍ୟକ୍ଷ-ଶ୍ରୀ ମନୋରଞ୍ଜନ ମହାନ୍ତି ଏବଂ ସର୍କଲ ମାର୍କେଟିଂ ମ୍ୟାନେଜର-ଶ୍ରୀ ସୁଦାମ ସାହୁ, ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ଓ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି, ବିଭିନ୍ନ ଉପାୟରେ ହେଉଥିବା ବ୍ୟାଙ୍କ ଠକେଇ ସଂପର୍କରେ ନାଗରିକମାନଙ୍କୁ ଶିକ୍ଷିତ ଓ ସଚେତନ କରାଇବା । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ସୁରକ୍ଷିତ ବ୍ୟାଙ୍କିଙ୍ଗ ଅଭ୍ୟାସକୁ ପ୍ରୋତ୍ସାହିତ କରିବା। ଏଥିରେ 400 ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଯେଉଁଠାରେ ବ୍ୟାଙ୍କ ଅଧିକାରୀମାନେ ଭିଶିଂ, ଫିଶିଂ, ସ୍କ୍ରିନ୍ ସେୟାରିଂ, ସିମ୍ ସ୍ୱାପିଂ, ମାଲୱେର୍ ଏବଂ ଡକ୍ୟୁମେଣ୍ଟ ଜାଲିଆତି ଭଳି ପ୍ରମୁଖ ଠକେଇ ସଂପର୍କରେ ଭାବର ଆଦାନ ପ୍ରଦାନ ତଥା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାହକ ସୁରକ୍ଷାକୁ ମଜବୁତ କରିବା ଏବଂ ଠକେଇ ବିପଦକୁ ହ୍ରାସ କରିବା ପାଇଁ ବ୍ୟାଙ୍କ୍ ପକ୍ଷରୁ ବୁଝାଯାଇଥିଲା ।
ବ୍ୟାଙ୍କର ଏହି ପ୍ରୟାସକୁ ମାନନୀୟା ମେୟର ପ୍ରଶଂସା କରିଥିଲେ ଏବଂ ଭୁବନେଶ୍ୱରର ପାର୍କ ସମେତ ସମସ୍ତ ୱାର୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଏହି ଅଭିଯାନକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ବିଏମସି କମିଶନର ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏଭଳି ଏକ ସାମାଜିକ ପ୍ରଭାବଶାଳୀ ଅଭିଯାନ ହାତକୁ ନେଇଥିବାରୁ ଆକ୍ସିସ ବ୍ୟାଙ୍କକୁ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ସମସ୍ତ ବି.ଏମ୍. ସି. ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଶହ ଶହ କର୍ମଚାରୀ ନିଜର ରକ୍ତଚାପ, ଡାଏବେଟିସ୍, ଚକ୍ଷୁ, ନାଶା, ଗଳା, କର୍ଣ୍ଣ ଆଦି ପରୀକ୍ଷା କରାଇଥିଲେ ।

Leave a Reply

Your email address will not be published. Required fields are marked *