ଶ୍ରୀ ଶ୍ରୀ ଶ୍ରୀ ଭଗବତୀ ମହାଲକ୍ଷ୍ମୀ ଗଣେଶ ସରସ୍ଵତୀ ମା ଙ୍କ ଦେବତାଧୁବାସ ସହ ମହାସ୍ନାନ
ବ୍ରହ୍ମପୁର ମହାନଗର ନିଗମ ୧୫ ନମ୍ବର ୱାର୍ଡ଼ ଅଧୀନ ରାମକୃଷ୍ଣନଗର ପଞ୍ଚମ ଲାଇନ୍ରେ ପାଞ୍ଚ ଦିନ ବ୍ୟାପୀ ଭଗବତୀ ମହାଲକ୍ଷ୍ମୀ, ଗଣେଶ ଓ ସରସ୍ବତୀଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜାର୍ଚ୍ଚନା। ଏହି ଅବସରରେ ମହାସ୍ନାନ, ଦେବତା ସସ୍ତିକ ମଣ୍ଡଳେ ଶୟନ, ମଣ୍ଡଳ ପୂଜା, ଘୃତଯଜ୍ଞ ଓ ଜୀବନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ପୂଜକ ଅଶୋକ କୁମାର ପାଢ଼ୀଙ୍କ ତତ୍ତ୍ବାବଧାନରେ ପୂଜାର୍ଚ୍ଚନା ଓ ନୀତି ଜାରି ରହିଛି। ମନ୍ଦିର ପରିଚାଳନା କମିଟି ସଭାପତି ଆର୍.ମୁରଲୀ ମୋହନ ଓ ପତ୍ନୀ ତଥା ସ୍ଥାନୀୟ କର୍ପୋରେଟର ଆର୍.ପାୱାନୀଙ୍କ ସମେତ କମିଟି ସଦସ୍ୟ ମାନଙ୍କ ନେତୃତ୍ବ ରେ ପ୍ରତିଷ୍ଠାରମ୍ଭ, ବ୍ରାହ୍ମଣବରଣ, ଶାଲା ସଂସ୍କାର, ମଣ୍ଡଳପୂଜା, ବୈଦିକାଗ୍ନି ସ୍ଥାପନ ଓ ଦେବତାଧିବାସ, ପୂଜାର୍ଚ୍ଚନା ହୋଇସାରିଛି। ଦେବତାଧିବାସ କାର୍ଯ୍ଯକ୍ରମରେ ଶ୍ରୀ ମା ଭଗବତୀ ମହାଲକ୍ଷ୍ମୀ,ଗଣେଶ,ସରସ୍ଵତୀ ମାଆଙ୍କୁ ହଳଦୀ,ଚନ୍ଦନ,ସିନ୍ଦୂର,କଜଳ,ଅରୁଆଚାଉଳ,ଧୁବ,ଫୁଲ,ଫଳ,ନବଧାନ,
ଧୂପରେ ଆଦି ଦ୍ରବ୍ୟ ରେ ପୂଜା କରାଯାଇଥିଲା।

ଭଗବତୀ ମହାଲକ୍ଷ୍ମୀ ଗଣେଶ ସରସ୍ଵତୀ ମା ଙ୍କର ମହାସ୍ନାନ,ଦେବତା ସସ୍ତିକ ମଣ୍ଡଳେ ଶୟନ,ମଣ୍ଡଳ ପୂଜା, ଘୃତଯଜ୍ଞ ଓ ଜୀବନ୍ୟାସ ପୂଜାର୍ଚ୍ଚନା ହୋଇଛି। ମହାସ୍ନାନ ରେ କ୍ଷୀର,ଦହି,ମହୁ,ନବାତ,ଘିଅ,ପଇଡ଼ ପାଣିରେ ଆଦି ଦ୍ରବ୍ୟ ରେ ପୂଜା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦିନ ହେଲା ମନ୍ଦିର ପ୍ରତିଷ୍ଠା ଚାଲିଥିବା ବେଳେ ପ୍ରତିଦିନ ହାଜର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା କରାଯାଉଛି ତତସହ ବଡ ବଜାର ତିନିଗୋଟି ପଟା ରିକ୍ସା ସଂଘର ସଦସ୍ୟ ମାନଙ୍କ ସହ ଆଖପାଖ ଅଞ୍ଚଳର ବହୁ ଭକ୍ତ ମାନଙ୍କ ସହଯୋଗରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ସେବା ଦେଇଥିବାରୁ ସେମାନଙ୍କୁ କମିଟି ସଭାପତି ଆର ମୂରଲୀ ମୋହନଙ୍କ ସାଧୁବାଦ ଜଣାଇଥିଲେ। ସେପଟେ ମା ଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଥିବା ବେଳେ ଆଜି ମା ଙ୍କ ଆଶ୍ରୀର୍ବାଦ ରୁ ବ୍ରହ୍ମପୁର ସହର ରେ ବର୍ଷା ହୋଇଛି ଓ ପ୍ରବଳ ଗୁଳୁଗୁଳି ରୁ ମୁକ୍ତି ପାଇଛନ୍ତି ସହରବାସୀ l
narasingh dakua nka report
