June 21, 2026
Home » ଦଧିବାମନ ଜୀଉଙ୍କ ବିଗ୍ରହ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦଧିବାମନ ଜୀଉଙ୍କ ବିଗ୍ରହ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

0
WhatsApp Image 2026-06-21 at 6.18.05 PM

 

ଗଣିଆ:  ଗଣିଆ ବ୍ଲକର ବେଲପଡାପାଟଣା ଦଧିବାମନ ଜୀଉଙ୍କ ବିଗ୍ରହ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ରାଜା ସାହେବ ଦିଗବିଜୟ ଚନ୍ଦ୍ର ଦେଓଭଞ୍ଜ,ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଗ୍ରାମ ସଭାପତି ଜତୀନ କୁମାର ସାହୁ,ଶରତ କୁମାର କର, ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ରାଜା ଏବଂ ଅତିଥି ମାନଙ୍କୁ ଏକ ବିରାଟ ପଟୁଆରରେ ଖୋଳ କୀର୍ତ୍ତନ କରି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରକୁ ପାଛୋଟି ନିଆଯାଇଥିଲା । ରାଜା ସାହେବଙ୍କ କରକମଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଘଣ୍ଟ ଘଣ୍ଟା ଖୋଳ କୀର୍ତ୍ତନରେ ମହାପ୍ରଭୁ ନିଜ ଆସ୍ଥାନରେ ବିଜେ କରିଥିଲେ । ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅନୁଦାନ ତଥା ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ନୂତନ ମନ୍ଦିରଟି ଗଢି ଉଠିଥିବା ଗ୍ରାମର ବରିଷ୍ଠ ବ୍ୟକ୍ତିତ୍ବ ରଘୁନାଥ ମହାରଣା ପ୍ରକାଶ କରିଥିଲେ । ନୟାଗଡ ବିଧାୟକ ଶ୍ରୀ ସାହୁ ମନ୍ଦିରର କାରୁକାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ସହସ୍ରାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ ବୋଲି ଜଣାପଡିଛି । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁବାଷ ଦାଶ, ବରେଣ୍ୟ ପ୍ରବଚକ ମନୋଜ ପ୍ରଧାନଙ୍କ ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୨୪ ଏବଂ ୨୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

 

brajakishor sahu nka report

Leave a Reply

Your email address will not be published. Required fields are marked *