June 23, 2026
Home » ବୌଦ୍ଧ ରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ ପାଳିତ

ବୌଦ୍ଧ ରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ ପାଳିତ

0
WhatsApp Image 2026-06-23 at 4.04.03 PM

 

ସୁବର୍ଣ୍ଣପୁର:ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ “ଅଖଣ୍ଡ ଭାରତ ଓ ରାଷ୍ଟ୍ର ନିର୍ମାଣ ର ବିଶ୍ୱକର୍ମା ଡଃ.. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ 23 ଜୁନ କୁ “ବଳିଦାନ ଦିବସ ” ଭାବେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟ ବୌଦ୍ଧ ରାଜବାଟୀ ଠାରେ ଜିଲ୍ଲାର ବଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସମିଳନୀ କକ୍ଷରେ ମହାସମାରୋହରେ ପାଳନ କରାଯାଇଥିଲା l ତାଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟlର୍ପଣ, ଧୂପ ଦୀପ ପ୍ରଦାନ କରାଯିବା ସହିତ ଡଃ.ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ସଂଘର୍ଷ ମୟ ଜୀବନ ଓ ଦଳ ର ନିଷ୍ଠାପର ସେବା ତାଙ୍କ ରାଜନୈତିକ ଜୀବନୀ ର ଆରମ୍ଭ, ବଙ୍ଗ ବିଭାଜାନ ରୋକିବା ରେ ଭୂମିକା, ଭାରତୀୟ ଜନସଂଘ ର ସ୍ଥାପନା,

ଜାମୁ କାଶ୍ମୀର ପ୍ରସଙ୍ଗରେ, ଶ୍ୟାମା ପ୍ରସାଦ ଙ୍କ ଭୂମିକା, ତାଙ୍କ ରହସ୍ୟମୟ ମୃତ୍ୟୁ, ଅଖଣ୍ଡ ଭାରତ ର ଧାରଣା ଓ ବିଜେପି ର ଉତ୍ପତ୍ତି, ଏକ ଦେଶ, ଏକ ବିଧାନ ର ସ୍ବପ୍ନ, 2019 ରେ ଧାରା 370 ଉଛେଦ ସାକାର ହୋଇଛି ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ l ଆଜି ର ଏହି ସମସ୍ତ କାର୍ଯ୍ୟକ୍ରମ ରେ ବିଜେପି ର ବରିଷ୍ଠ ନେତୃତ୍ୱ ସର୍ବଶ୍ରୀ ମନରଞ୍ଜନ ଦାସ, ବିପ୍ର ଚରଣ ମହାନ୍ତି, ମାଗୁଣି ଗାଈଗଉରିଆ, ଶ୍ୟାମ ସୁନ୍ଦର ପୁରୋହିତ, ନିରଞ୍ଜନ ଦାନୀ, ବାମନ ବାରିକ, ରାଜ କୁମାର ମେହେର, ଶ୍ରୀ ରାଜ ହଂସ, ଗଜେନ୍ଦ୍ର ସାହୁ, ଙ୍କ ସହିତ ବହୁ ବିଜେପି କର୍ମକର୍ତ୍ତା ଯୋଗଦାନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *