June 24, 2026
Home » ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

0
WhatsApp Image 2026-06-22 at 7.40.52 PM

ଆଶାନୃସିଂହ ଫାଉଣ୍ଡେସନ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ମାଟିମଣ୍ଡପ ସାହି ସ୍ଥିତ ଜଗତ ପ୍ରତିହାରୀ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା ଏବଂ ରୋଗୀ ମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା |

ଆଖପାଖ ସାହି ରୁ ୧୫୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି ଚିକିତ୍ସା ଶିବିର ରେ ଯୋଗଦେଇ ବିଭିନ୍ନ ଡାକ୍ତର ଙ୍କ ଠାରୁ ପରାମର୍ଶ ପାଇ ଚିକିତ୍ସିତ ହୋଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରିଥିଲେ | ଏଥିରେ ଭୁବନେଶ୍ଵର‌ରୁ ଚକ୍ଷୁ ଡାକ୍ତର ରାଜେଶ କୁମାର ଦାସ , ଶିଶୁରୋଗ ଡାକ୍ତର ସୁଦୀପ୍ତ ନନ୍ଦ , ଆୟୁର୍ବେଦିକ ଚିକିତ୍ସକ ପ୍ରଜ୍ଞାନନ୍ଦ ଶତପଥୀ ( ଜ୍ଞାନ ହେଲଥ୍ କେୟାର) ଡାକ୍ତର ଦେବାଶିଷ ସେଠୀ ( ସରସ୍ୱତୀ ଡେଣ୍ଟାଲ କେୟାର ) ସହଯୋଗି ଡାକ୍ଟର ଅମରନାଥ ରଥ ଉପସ୍ଥିତ ହୋଇ ଶିବିର କୁ ପରିଚାଳନା କରିଥିଲେ |ଏଥିରେ ଆଶା ନୃଷିଂହ ଫାଉଣ୍ଡେସନ ର ଅଧ୍ୟକ୍ଷ ଶ୍ରୀ ଲଡୁଗୋପଳ ମହାପାତ୍ର ଶିବିର କୁ ପରିଚାଳନା କରିଥିଲେ |

 

soubhagya pattanayak nka report

Leave a Reply

Your email address will not be published. Required fields are marked *