October 16, 2024
Home » ଦପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ଵ ହାତ ଧୁଆ ଦିବସ ପାଳିତ

ଦପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ଵ ହାତ ଧୁଆ ଦିବସ ପାଳିତ

0

l

ବୌଦ୍ଧ — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଡେଟଲ ବନେଗା ସୁସ୍ଥ ଇଣ୍ଡିଆ ଅଭିଯାନ ଦ୍ଵାରା ବିଶ୍ବ ହାତ ଧୁଆ ଦିବସ ପାଳିତ ହୋଇଯାଇଛି ! ପଲ୍ଲୀଶ୍ରୀ ହାଇସ୍କୁଲ ଦପଲା ର ପ୍ରଧାନ ଶିକ୍ଷକ ରଙ୍ଗାଧର ଝାଙ୍କର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିଦା ନନ୍ଦ ମହାକୁଡ଼ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ l ୨୦୦ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ସାମୁହିକ ଭାବରେ ଏକା ସାଙ୍ଗରେ ହାତ ଧୁଆ ଦିବସ ପାଳନ କରିଥଲେ l ସୁମନ୍ କେ ପଦ୍ଧତି ଅବଲମ୍ବନ କରି ହାତ ଧୂଆ ଦିବସର ତାତ୍ପର୍ଯ୍ୟ, ଓ ଦୈନନ୍ଦିନ ଜୀବନରେ କିଭଳି ବ୍ୟକ୍ତିଗତ ସ୍ବଚ୍ଛତା,ସ୍କୁଲ, ପାଖ ପଡ଼ୋଶୀ, ଅସୁସ୍ଥତା ସମୟରେ ସ୍ବଚ୍ଛତା ଅବଲମ୍ବନ କରିବା ସେ ସଂପର୍କରେ ବିସ୍ତୃତ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ l ରେକିଟ୍ ଇଣ୍ଡିଆ ଓ ଅମର ଜ୍ୟୋତି ଯୁବକ ସଂଘର ମିଳିତ ପ୍ରୟାସରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ନୀଳ ମାଧବ ଦିଗାଲ, ଜିଲ୍ଲା ସଂଯୋଜକ ମିତ୍ରଭାନୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବ୍ଲକ୍ ସଂଯୋଜକ ରଂଜନ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l FOREVER COACHING INSTITUTION ର ନିର୍ଦ୍ଦେଶକ ଦୟାନିଧି ମେଣ୍ଡିଲି
ସହଯୋଗୀ ଶିକ୍ଷକ ବିକାଶ ସିଂ, ଚନ୍ଦନ ସିଂ, ସୌମ୍ୟରଞ୍ଜନ ମହାକୁଡ, ମନୋଜ ଚାଉଳିଆ , ଷଷ୍ଠୀ କଲତା ଓ ଦପଲା ଅଂଚଳର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *