June 25, 2026
Home » ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ

ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ

0
WhatsApp Image 2026-06-25 at 5.14.03 PM

ପୁରୀ:ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ପ୍ରଥମ ମକ ଡ୍ରିଲ ଆଜି ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଚଳିତ ରଥଯାତ୍ରାରେ ଅଧିକ ଶ୍ରଦ୍ଧାଳୁ ଙ୍କ ଯୋଗ ଦାନ ଆଶା କରାଯାଉଛି।ତେଣୁ ଆମକୁ ଯାତ୍ରୀ ଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।ପରସ୍ପର ମଧ୍ୟରେ ସୁସମନ୍ବୟ ଓ ସହଯୋଗ ଦ୍ଵାରା ଆମେ ପ୍ରତ୍ୟେକ ପରିସ୍ଥିତି କୁ ସଫଳ ଭାବେ ମୁକାବିଲା କରିପାରିବା।ପୋଲିସ, ଏନଡିଆରଏଫ, ଓଡ୍ରାଫ,ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସ୍ବେଚ୍ଛାସେବୀ ସଂଗଠନ, ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରଭୃତି ଙ୍କ ସହଯୋଗ ରଥଯାତ୍ରା ରେ ଆମ ସେବା କାର୍ଯ୍ୟ କୁ ଅଧିକ କ୍ରିୟାଶୀଳ କରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ।ମକଡ୍ରିଲ ମାଧ୍ୟମରେ କୌଣସି ପରିସ୍ଥିତି ପାଇଁ ଆମେ ଆମର ପ୍ରସ୍ତୁତି ରେ କେତେ ସକ୍ଷମ ଓ ଦକ୍ଷ ଜାଣି ପାରିବା କେଉଁଠାରେ ସମସ୍ୟା ରହୁଛି ବା ତାହାକୁ କିପରି ଆହୁରି ଭଲ ଭାବେ କମ ସମୟ ମଧ୍ୟରେ କରି ପାରିବା ତାହା ମଧ୍ୟ ଆମକୁ ଶିକ୍ଷା ମିଳିବ।ଆଜି ଏହା ପ୍ରଥମ ଓ ଜୁଲାଇ ୧୦ ତାରିଖରେ ଆହୁରି ଥରେ ଏହାର ପୂର୍ବାଭାସ କରିବା ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଏସ୍ ପି ପ୍ରତୀକ ସିଂ କୌଣସି ଘଟଣା ଘଟିଲେ କେତେ କମ ସମୟରେ, କେତେ ସଠିକ ଭାବେ ଆମେ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଆମକୁ ଏହି ମକ ଡ୍ରିଲ ରୁ ଶିଖିବାକୁ ମିଳୁଛି।ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଶ୍ରୀ ସିଂ କହିଥିଲେ। ଓସଡାମାର ଡି ଜି ଏମ ସୁନୀଲ କୁମାର ସାହୁ ମକ ଡ୍ରିଲ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହ ମକ ଡ୍ରିଲ ପରିଚାଳନା କରିଥିଲେଏହି ଅବସରରେ ରଥଯାତ୍ରା ର ଏସଓପି ପୁସ୍ତିକା ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ କୁମାର ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଶେଷରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ଅକ୍ଷୟ କୁମାର ଶତପଥୀ,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା,
ଉପଜିଲ୍ଲାପାଳ ରାଜ କିଶୋର ଜେନା, ଜଗନ୍ନାଥ ମନ୍ଦିର ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢୀ, ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ, ସଚିନ ପାଟିଲ, ସୁଶୀଲ କୁମାର ମିଶ୍ର,ଶ୍ରୀ ଦେବୀ ପ୍ରସାଦ ପ୍ରତାପ, ଏନଡିଆରଏଫ ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଚୌହାନ ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ଅଧିକାରୀ, ସ୍ୱଛାସେବୀ ମାନେ ଏହି ମକଡ୍ରିଲ ରେ ଯୋଗ ଦେଇଥିଲେ।

ପରେ ଏନ ଡି ଆର ଏଫ,ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ ଆମ୍ବୁଲାନ୍ସ ,ପୌର ପ୍ରଶାସନ,ସୂଚନା ଇତ୍ୟାଦି ବିଭାଗର ସମ୍ମିଳିତ ମକଡ୍ରିଲ ର କାର୍ଯ୍ୟ କୁ ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିଚାଳନା କରାଯାଇଥିଲା।ରଥଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବରେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା।

Leave a Reply

Your email address will not be published. Required fields are marked *