June 29, 2026
Home » ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଖମାରୀଙ୍କ ପରଲୋକ, ଦଣ୍ଡପାଟ ଅଞ୍ଚଳରେ ଶୋକର ଛାୟା।

ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଖମାରୀଙ୍କ ପରଲୋକ, ଦଣ୍ଡପାଟ ଅଞ୍ଚଳରେ ଶୋକର ଛାୟା।

0
WhatsApp Image 2026-06-29 at 5.01.08 PM

 

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟେଣ୍ଡପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ବିଶିଷ୍ଟ ତଥା ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଖମାରୀଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ସେ ଭବାନୀପାଟଣା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ଦଣ୍ଡପାଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ଖମାରୀ ନିଜର ଦୀର୍ଘ ଶିକ୍ଷକତା ଜୀବନରେ ଗୋତମୁଣ୍ଡା, ସୁପାଡ଼, ସାନ କେନ୍ଦୁଗୁଡା ଏବଂ ଚିଲଡଙ୍ଗରି ବିଦ୍ୟାଳୟରେ ଶିକ୍ଷକତା କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିଲେ। ସରଳ ଜୀବନଯାପନ, ଉଚ୍ଚ ଆଦର୍ଶ ଏବଂ ଶୃଙ୍ଖଳିତ ଶିକ୍ଷାଦାନ ପାଇଁ ସେ ସର୍ବମହଳରେ ବେଶ୍ ସମ୍ମାନିତ ଥିଲେ।ତାଙ୍କ ବିୟୋଗରେ ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ, ଶିକ୍ଷକ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନେକେ ତାଙ୍କୁ ଜଣେ ଆଦର୍ଶ ଶିକ୍ଷକ ଓ ସମାଜସେବୀ ଭାବେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବିୟୋଗ ଶିକ୍ଷା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି।ଅନ୍ତିମ ସମୟରେ ତାଙ୍କ ଧର୍ମପତ୍ନୀ ସୁରେଖା ଖମାରୀ, ପୁଅ ବିଭତ୍ସ କୁମାର ଖମାରୀ (ଆଇନଜୀବୀ) ଓ ପ୍ରମୋଦ ଖମାରୀ, ଦୁଇ ଝିଅ ଦୀପ୍ତିମୟୀ ନାଏକ ଏବଂ ରିତାଞ୍ଜଳୀ ଜଗତ, ଜ୍ୱାଇଁ ପ୍ରେମଲାଲ ନାଏକ ଓ ଅଶୋକ ଜଗତଙ୍କ ସମେତ ନାତି-ନାତୁଣୀ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ।ଦୁଇ ପୁଅ ମୁଖାଗ୍ନି ଦେଇଥିବାବେଳେ ଅଞ୍ଚଳର ବହୁ ସମାଜସେବୀ, ସରପଞ୍ଚ, ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ସ୍ୱର୍ଗତ ଖମାରୀଙ୍କୁ ଶେଷ ବିଦାୟ ଜଣାଇଥିଲେ।

ବ୍ୟୁରୋ ରିପୋର୍ଟ….

Leave a Reply

Your email address will not be published. Required fields are marked *