July 3, 2026
Home » ଇଣ୍ଡିଆନ୍ ଅଏଲ୍‌ ପାରାଦୀପ ରିଫାଇନରୀରେ ‘ସ୍ବଚ୍ଛତା ପଖୱାଡା-୨୦୨୬’ ର ଶୁଭାରମ୍ଭ

ଇଣ୍ଡିଆନ୍ ଅଏଲ୍‌ ପାରାଦୀପ ରିଫାଇନରୀରେ ‘ସ୍ବଚ୍ଛତା ପଖୱାଡା-୨୦୨୬’ ର ଶୁଭାରମ୍ଭ

0
WhatsApp Image 2026-07-03 at 1.42.13 PM

ପାରାଦୀପ, : ଇଣ୍ଡିଆନଅଏଲ୍‌ ପାରାଦୀପ ରିଫାଇନରୀରେ ୦୧ ଜୁଲାଇ ୨୦୨୬ ରେ ସ୍ବଚ୍ଛତା ପଖୱାଡା-୨୦୨୬ ଉତ୍ସାହର ସହ ଶୁଭାରମ୍ଭ ହେଇଅଛି I ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁ, ରିଫାଇନରୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ସମସ୍ତଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଲେ । ଏହି ଅବସରରେ ଶ୍ରୀ ବସୁ, ସ୍ବଚ୍ଛ ଭାରତ ଗଠନର ଗୁରୁତ୍ବ ଉପରେ ଆଲୋକପାତ କରିବା ସହିତ ସ୍ବଚ୍ଛତା ପ୍ରତି ସକ୍ରିୟ ଭାବେ ଭୂମିକା ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସେ ସମସ୍ତଙ୍କୁ କାର୍ଯ୍ୟସ୍ଥଳ, ଗୃହ, ନିକଟବର୍ତ୍ତୀ ଅଞ୍ଚଳ ଏବଂ ରିଫାଇନରୀ ପରିସରରେ ସ୍ବଚ୍ଛତା ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ପାରିପାର୍ଶ୍ବ ଗ୍ରାମଗୁଡ଼ିକରେ ସ୍ବଚ୍ଛତା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ପାରାଦୀପ ରିଫାଇନରୀର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସ୍ତୁ ‘ସ୍ବଚ୍ଛତା ରଥ’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଜୁଲାଇ ୧ ରୁ ୧୫, ୨୦୨୬ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ସ୍ବଚ୍ଛତା ପଖୱାଡା ଅବସରରେ, ସ୍ବଚ୍ଛତା ସମ୍ପର୍କରେ ସଚେତନତା ପ୍ରସାର କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯିବ I ଏହି ସ୍ବଚ୍ଛତା ପଖୱାଡା ଅବସରରେ, ପାରାଦୀପ ରିଫାଇନରୀ ଏବଂ ପାରିପାର୍ଶ୍ବ ଗ୍ରାମଗୁଡ଼ିକରେ, ବୃକ୍ଷରୋପଣ ଅଭିଯାନ, ପୁରିଂ, ନୁକ୍କଡ଼ ନାଟକ, ସ୍ବଚ୍ଛତା ଅଭିଯାନ, ସଚେତନତାମୂଳକ ଆଲୋଚନା, ଡଷ୍ଟବିନ୍‌ ଏବଂ ସ୍ବଚ୍ଛତା କିଟ୍ ବଣ୍ଟନ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

Leave a Reply

Your email address will not be published. Required fields are marked *