July 3, 2026
Home » ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ

0
WhatsApp Image 2026-07-03 at 1.24.00 PM

ଭବାନୀପାଟଣା : କଳାହାଣ୍ଡି ଜିଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପନ୍ତ୍ରୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇମେଡ଼ିକାଲରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ହେବ ସେ ପକ୍ଷଘାତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ଶୁଣି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀମତୀ ମାଝୀ ଗତ ୨୦୦୨ ରୁ ୨୦୧୨ ପର୍ଯ୍ୟନ୍ତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ରହିଥ‌ିବାବେଳେ ୨୦୧୨ ରୁ ୨୦୧୭ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରହିଥିଲେ। ବର୍ତ୍ତମାନ ସେ ଲାଞ୍ଜିଗଡ଼ ବ୍ଲକର କୁମଖାଲ ପଞ୍ଚାୟତର ସମିତି ସଭ୍ୟା ଭାବେ କାର୍ଯ୍ୟରତ ଥିଲେ । କଳାହାଣ୍ଡି ଜିଲ୍ଳା ତଥା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜଣେ ଦକ୍ଷ ରାଜନେତ୍ରୀ ଭାବେ ସେ ପରିଚିତ ଥିଲେ।
ତାଙ୍କ ପରଲୋକରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।କଳାହାଣ୍ଡି ସାଂସଦ ମାଲବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର,ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପିସିସି ସଭାପତି ଭକ୍ତ ଦାସ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ନର୍ଲା ବିଧାୟିକା ମନୋରମା ମହାନ୍ତି, ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ସଦର ବିଧାୟକ ସାଗର ଚରଣ ଦାସ ସମେତ ଅନେକ ବରିଷ୍ଠ ରାଜନୈତିକ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କର ଶେଷ କୃତ କରାଯିବ ବୋଲି ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Leave a Reply

Your email address will not be published. Required fields are marked *