July 4, 2026
Home » ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ ଅନୁଷ୍ଠିତ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ ଅନୁଷ୍ଠିତ

0
1001156505
ନୟାଗଡ଼ 🙁 ଇପିଏ ) ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷକତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ସାଂସଦ,ପୁରୀ ଡା. ସମ୍ବିତ ପାତ୍ର, ମାନ୍ୟବର ସାଂସଦ,କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ,ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନ୍ୟବର ବିଧାୟକ ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ,ସମ୍ମାନନୀୟ ଅଧକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନନୀୟ ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ l
                        ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ରଥ ମଂଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ଭାଷଣ ରଖିଥିଲେ l ଏହାପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସମୀକ୍ଷା କରାଯାଇଥିଲା l ପ୍ରଥମେ ମାନ୍ୟବର ଅଧ୍ୟକ୍ଷ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀଙ୍କ ସହ PMEGP ଋଣ ମଞ୍ଜୁର ବିଷୟରେ ଏବଂ ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମର ସଫଳତା ବିଷୟରେ ଆଲୋଚନା କରିଥିଲେ l ଏହା ପରେ ଲକ୍ଷପତି ଦିଦି ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ମଞ୍ଜୁର କରିବା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା l ପରେ ପରେ ବୃତ୍ତଙ୍ଗ ବୃହତ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ମାନ୍ୟବର ସାଂସଦ ଗଣ, ବିଧାୟକ ଏବଂ ଜନ ପ୍ରତିନିଧିମାନେ ପ୍ରକଳ୍ପ ସମ୍ପର୍କିତ କାର୍ଯ୍ୟଧାରା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଜଳ ଜୀବନ ମିଶନରେ ନଳକୂପ ଖନନ ଏବଂ ମେଗା ପାନୀୟ ଜଳ ପ୍ରକଳ୍ପ ଅଧୀନରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ସମ୍ବନ୍ଧରେ ମାନ୍ୟବର ସଦସ୍ୟମାନେ ସମ୍ପୃକ୍ତ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଏହାପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ବିଭିନ୍ନ ଭତ୍ତା ଯୋଜନାରେ କେତେ ହିତାଧିକାରୀ ଆବେଦନ କରିଛନ୍ତି ଏବଂ କେତେ ଲାଭାନ୍ୱିତ ହୋଇଛନ୍ତି, ସେ ସମ୍ବନ୍ଧୀୟ ତଥ୍ୟ ରଖିବାକୁ ମାନ୍ୟବର ଅଧ୍ୟକ୍ଷ ନିର୍ଦେଶ ଦେଇଥିଲେ l ଏହା ପରେ ଜଙ୍ଗଲ ବିଭାଗର ଅଧିକାରୀଙ୍କ ସହ ପଥ ପାର୍ଶ୍ୱ ବୃକ୍ଷ ରୋପଣ ଏବଂ ଚଳିତ ବର୍ଷର ଚାରା ଉତ୍ପାଦନ ଓ ଯୋଗାଣ ଉପରେ ସବିଶେଷ ଆଲୋଚନା କରାଯାଇଥିଲା l ପରେ ପରେ TPCODL ର ନିର୍ବାହୀ ଯନ୍ତ୍ରୀଙ୍କ ସହ ବିଭିନ୍ନ ବିଦ୍ୟାଳୟ ଏବଂ ଗ୍ରାମଗୁଡିକରେ ଅଣ ସୁରକ୍ଷିତ ଜାଗାରେ ଥିବା ଟ୍ରାନ୍ସଫର୍ମର ଗୁଡିକର ସ୍ଥାନାନ୍ତରଣ କରିବା ଉପରେ ଏବଂ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଅଧୀନରେ ଥିବା ରାସ୍ତା ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ଉପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରାଉତ ଧନ୍ୟବାଦ ପ୍ରଦାନ କରିବା ସହ ସଭା ସାଙ୍ଗ କରାଯାଇଥିଲା l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *