July 4, 2026
Home » କୁଲିପାଲି ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ

କୁଲିପାଲି ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ

0
WhatsApp Image 2026-07-04 at 4.24.45 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଲ କ୍ଲଷ୍ଟର୍ ଅନ୍ତର୍ଗତ କୁଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୨୬-୨୭ଶିକ୍ଷା ବର୍ଷର ପ୍ରଥମ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ସି.ଆର୍.ସି.ସି. ରଶ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଲିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟଶିନୀ ମିଶ୍ର ସର୍ବପ୍ରଥମେ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ସି.ଆର୍.ସି.ସି. ରଶ୍ମିତା ସାହୁ ଶିକ୍ଷାବର୍ଷର ପ୍ରଥମ କ୍ଲଷ୍ଟର୍ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ଵ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ସହ ବାର୍ଷିକ ଶୈକ୍ଷିକ କ୍ୟାଲେଣ୍ଡର, ଶିକ୍ଷଣ ଫଳାଫଳ ସମ୍ବନ୍ଧରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସୋନପୁରର ଅଧ୍ୟକ୍ଷ ରାମଚନ୍ଦ୍ର ବାଗ ଓ ସୋନପୁର ଡି.ପି.ସି. ପେଡାଗୋଜି ଅଧିକାରୀ ଅକ୍ଷୟ କୁମାର ସାହୁ ଉପସ୍ଥିତ ରହି ମାସିକ କ୍ଲଷ୍ଟର୍ ବୈଠକର ଗୁରୁତ୍ୱ ଏବଂ ଶୈକ୍ଷିକ କାର୍ଯ୍ୟପନ୍ଥା ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ଲକର୍ମା ବିଦ୍ୟାଳୟର ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବୈଦ୍ୟନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଘନଶ୍ୟାମ ମିଶ୍ର ଉଦାହରଣ ମାଧ୍ୟମରେ ଯୋଡ଼ି କାର୍ଯ୍ୟ ଏବଂ ଯାଦୁ ପେଡ଼ିର ସାମଗ୍ରୀର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ। ହରଡ଼ଖୋଳ କ୍ଲଷ୍ଟର୍‌ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ୍‌.ଏଲ୍‌.ଏନ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ବୈଠକକୁ ସଫଳ କରାଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *