July 7, 2026
Home » ୟୁରୋସ୍ମାର୍ଟ ସ୍କୁଲରେ ବନମହୋତ୍ସବ

ୟୁରୋସ୍ମାର୍ଟ ସ୍କୁଲରେ ବନମହୋତ୍ସବ

0
WhatsApp Image 2026-07-07 at 4.14.00 PM

ରାମେଶ୍ୱରପାଟଣା ରଥଦାଣ୍ଡ ୱାର୍ଡ-୫୪ ସ୍ଥିତ ୟୁରୋସ୍ମାର୍ଟ ପ୍ଲେ ସ୍କୁଲ ପକ୍ଷରୁ ବନମହୋତ୍ସବ ସପ୍ତାହ ଉପଲକ୍ଷେ କୁନି କୁନି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହିତ ଅଧ୍ୟକ୍ଷା ଶ୍ରୀମତି ସସ୍ମିତା ମହାପାତ୍ର, ସ୍କୁଲ ପାଶ୍ୱର୍ ରାସ୍ତାକଡରେ ଥିବା ଖାଲି ସ୍ଥାନରେ ବୃକ୍ଷଚାରାରୋପଣ କରିଥିଲେ ଏବଂ କହିଥିଲେ ସାରା ପୃଥିବୀରେ ଗଛ କଟା ଯାଇ କଂକ୍ରିଟ୍ ଜଙ୍ଗଲ ବୃଦ୍ଧି ପାଉଥିବାରୁ ପରିବେଶ ଏବଂ ଜୀବଜଗତ ଉପରେ ପ୍ରତିକୂଳ ପ୍ରଭାବ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବା ଫଳରେ ବର୍ଷାର ପରିମାଣ କମିଯାଉଛି। ତେଣୁ ସ୍କୁଲ ପକ୍ଷରୁ ପ୍ରତିବର୍ଷ ଅଭିଭାବକମାନଙ୍କୁ ଗୋଟିଏ ଲେଖାଏଁ ଚାରା ଗଛ ଉପହାର ଦିଆଯାଇ ବଗିଚା ବା ଘର ପାଖରେ ଥିବା ଖାଲି ସ୍ଥାନରେ ଲଗାଇ ନିଜ ପିଲା ପରି ଯତ୍ନ ନେବା ଉଚିତ୍ ବୋଲି ଅଧ୍ୟକ୍ଷା କହିଥିଲେ। ସ୍କୁଲର କର୍ମଚାରୀ ଶ୍ରୀମତି ଟିକିନା ଓଝା ଚାରା ବଣ୍ଟନ ଏବଂ ଚାରା ଲଗାଇବାରେ ସହଯୋଗ କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତି ସସ୍ମିତା ସମସ୍ତ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *