July 9, 2026
Home » ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ: ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ: ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

0
WhatsApp Image 2026-07-09 at 9.05.26 AM

 

ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ୍ ଉଡ଼ୁଥିବା ସମ୍ପର୍କରେ ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା।ପୋଲିସ ଟିମ୍ ତତ୍କ୍ଷଣାତ୍ ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍‌ଟିକୁ ସଫଳତାର ସହ ଜବତ କରାଯିବା ସହ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତି ଜୟକୃଷ୍ଣ ମଣ୍ଡଳ, କଲିକତା ର ଯୁବକ ଅଟକ ।

ଘଟଣାରେ ବ୍ୟବହୃତ ଡ୍ରୋନ୍‌ଟିକୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୀ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ଶ୍ରୀମନ୍ଦିର ଓ ଏହାର ସୁରକ୍ଷିତ ପରିସରରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ।

Leave a Reply

Your email address will not be published. Required fields are marked *