ଖାଲ ଖମା ରେ ଭର୍ତ୍ତି ଦୋଛକି ରୁ ଅଠରବାଙ୍କୀ ରାସ୍ତା
ପାରାଦୀପ :: ପାରାଦୀପ ରାସ୍ତା ପାଲଟିଛି ମରଣଯନ୍ତା l ବିଶେଷ କରି ଦୋଛକି ରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ଅତ୍ୟନ୍ତ ବିପଦଜ୍ଜନକ l ଉଭୟ ପାର୍ଶ୍ୱର ରାସ୍ତା ଖାଲ ଖମା ରେ ଭର୍ତ୍ତି , ବିଭିନ୍ନ ସ୍ଥାନରେ ଖାଲ ରେ ପାଣି ଜମି ରାସ୍ତା ଜଣାପଡୁନାହିଁ l ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପାରାଦୀପ ଏକ ଶିଳ୍ପ ଭିତ୍ତିକ ସହର ହୋଇଥିବାରୁ ଏହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରିଥାନ୍ତି l ତେବେ ରାସ୍ତାର ଏଭଳି ଅବସ୍ଥା ପାଇଁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଓ ସେହି ରାସ୍ତାରେ ଭାରୀ ଯାନ ଗୁଡିକ ଦ୍ରୁତ ଗତିରେ ଯିବା ଆସିବା କରୁଥିବାରୁ ସାଧାରଣ ଲୋକମାନେ ବିପଦଜନକ ଭାବେ ଯିବା ଆସିବା କରୁଛନ୍ତି l

ଅନ୍ୟପଟେ ଅଠରବାଙ୍କୀ ରୁ ଦୋଛକି ମଧ୍ୟରେ ଅନେକ ସ୍ଥାନରେ ଟ୍ରକ ଗୁଡିକ ବେଆଇନ ଭାବେ ପାର୍କିଂ କରାଯାଉଥିବାରୁ ଯିବା ଆସିବା ରେ ଅନେକ ସମସ୍ୟା ସୃଷ୍ଟି ହେଉଛି l ଟ୍ରକ ଚାଳକ ମାନେ ଯିଏ ଯେଉଁଠି ପାରିଲା ପାର୍କିଂ କରୁଥିବାର ଦେଖିବାକୁ ମିଳିଛି l ଲୋକ ହଇରାଣ ହେଲେ ବି, ଖାତିର ନାହିଁ l ଯାହା ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ରାସ୍ତା ର ଏଭଳି ଅବସ୍ଥା ପାଇଁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ରାସ୍ତା ଉପରେ ବେଆଇନ୍ ଭାବେ କରାଯାଉଥିବା ଟ୍ରକ ପାର୍କିଂ ପାଇଁ ଲୋକମାନେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଯିବା ଆସିବା କରୁଛନ୍ତି l ତେବେ ରାସ୍ତା ସମସ୍ୟାର ସମାଧାନ କରାଯିବା ସହିତ, ରାସ୍ତା ଉପରେ ହେଉଥିବା ବେଆଇନ୍ ଟ୍ରକ ପାର୍କିଂ କୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି, ତାହା ଆଗକୁ ଜଣାପଡିବ l
paradeep ru prasanta dash nka report
