July 12, 2026
Home » ବୌଦ୍ଧରେ ପେନସନ ମାମଲାର ତ୍ୱରିତ ସମାଧାନ ପାଇଁ ଭର୍ଚୁଆଲ୍ ସମୀକ୍ଷା ବୈଠକ

ବୌଦ୍ଧରେ ପେନସନ ମାମଲାର ତ୍ୱରିତ ସମାଧାନ ପାଇଁ ଭର୍ଚୁଆଲ୍ ସମୀକ୍ଷା ବୈଠକ

0
WhatsApp Image 2026-07-10 at 2.08.07 PM

ସୁବର୍ଣ୍ଣପୁର: ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଯେପରି ସମୟୋପଯୋଗୀ ଭାବେ ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ରେ ଭର୍ଚୁଆଲ୍ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିବାବେଳେ ଆକାଉଣ୍ଟାଣ୍ଟ ଜେନେରାଲ୍ ଓଡ଼ିଶା ଏବଂ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍, ଓଡ଼ିଶାଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ବୌଦ୍ଧ ଜିଲ୍ଲାରୁ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଡେପୁଟି କଲେକ୍ଟର ଏଷ୍ଟାବ୍ଲିସମେଣ୍ଟ ପରିପୂର୍ଣ୍ଣl ଦେବୀ ଏହାର ପରିଚାଳନା କରିଥିଲେ l
ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଭର୍ଚୁଆଲ୍ ବୈଠକରେ ଯୋଗଦେଇ ଜିଲ୍ଲାରେ ବାକି ରହିଥିବା ପେନସନ, ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ସମ୍ବନ୍ଧୀୟ ମାମଲାର ଅଗ୍ରଗତି ଉପସ୍ଥାପନ କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ ବୌଦ୍ଧ ଜିଲ୍ଲାରେ ୧୪ଟି ପେନସନ ମାମଲା, ୧୪ଟି ଗ୍ରାଚୁଇଟି ମାମଲା ଏବଂ ଆକାଉଣ୍ଟାଣ୍ଟ ଜେନେରାଲ୍ (AG) କାର୍ଯ୍ୟାଳୟରୁ ତ୍ରୁଟି ସଂଶୋଧନ ପାଇଁ ଫେରିଥିବା ୧୩ଟି ପେନସନ ମାମଲା ବିଚାରାଧୀନ ରହିଛି। ଏହି ସମସ୍ତ ମାମଲା ମଧ୍ୟରୁ ସର୍ବାଧିକ ସଂଖ୍ୟକ ମାମଲା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଥିବା ବିଷୟ ବୈଠକରେ ଉଠିଥିଲା। ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଝୁଲି ରହିଥିବା ପେନସନ, ଗ୍ରାଚୁଇଟି ଓ ଏ ଜି କାର୍ଯ୍ୟାଳୟରୁ ଫେରିଥିବା ମାମଲାଗୁଡ଼ିକର ଆବଶ୍ୟକ ତ୍ରୁଟି ସଂଶୋଧନ କରି ଯଥାଶୀଘ୍ର ନିଷ୍ପତ୍ତି ନେବେ। କୌଣସି ଯୋଗ୍ୟ ଅବସରପ୍ରାପ୍ତ କର୍ମଚାରୀ ଯେପରି ତାଙ୍କର ପ୍ରାପ୍ୟ ପାଇବାରେ ବିଳମ୍ବର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିଭାଗଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ କୁହାଯାଇଛି। ଏହା ସହିତ ଜିଲ୍ଲା ସ୍ତରରେ ପେନସନ ଅଦାଲତ ନିୟମିତ ଆୟୋଜନ, ବିଚାରାଧୀନ ମାମଲାର ନିରନ୍ତର ସମୀକ୍ଷା ଏବଂ ସମସ୍ତ ବକେୟା ମାମଲାର ଶୀଘ୍ର ସମାଧାନ ଦିଗରେ ଫଳପ୍ରଦ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *