କାର ଦୁର୍ଘଟଣା : ଚାଷୀ ନେତା ଦେବେନ୍ଦ୍ର ଙ୍କ ମୃତ୍ୟୁ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ସୋନପୁର – ବିନିକା ଜାତୀୟ ରାଜପଥ ୧୨୬ ଏ ଫୁଲମୁଠି ଜାମଛାପର ମଝିରେ ଥିବା କଡ଼ି ଜୋର ପାଖ କଲଭର୍ଟ ରେ ଓ ଡି ୧୫ ଡି ୩୨୭୧ ୱାଗାନର ଗାଡ଼ି ଟି କଲଭର୍ଟ କୁ ଧକ୍କା ଦେବାରୁ ଗତ କାଲି ଜଣକର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି l ମୃତ ବ୍ୟକ୍ତି ଜଣକ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଧିନସ୍ଥ ଦବଲା ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ଆହତ ହୋଇଥିବା ଡ୍ରାଇଭର ଡୁମ୍ବେର ପାଲି ଗ୍ରାମର ବିପିନ ଭୋଇ ବୋଲି ଜଣାପଡିଛି l

ମିଳିଥିବା ସୂଚନା ଅନୁସାରେ ମୃତ ଦେବେନ୍ଦ୍ର ପ୍ରଧାନ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ର ସାଧାରଣ ସମ୍ପାଦକ ଥିଲେ ଓ ବିପିନ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ର ପୂର୍ବତନ ଉପ ସଭାପତି ଥିଲେ l ଦୁର୍ଘଟଣା ହେବାପରେ କେହିଜଣେ ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ଦେବେନ୍ଦ୍ର କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ହେଲେ ଡାକ୍ତର ଦେବେନ୍ଦ୍ର ଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ବିନିକା ପୁଲିସ ଶବ କୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
