ରଥ ନିର୍ମାଣ ଅଗ୍ରଗତି, ତିନିରଥରେ ବ୍ରେକ ପୁଲି ସଂସ୍ଥାପନ କାର୍ଯ୍ୟ ଶେଷ
ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ଆଜି ତିନିରଥର ସମ୍ମୁଖ ଭାଗ ଏବଂ ପଶ୍ଚାତ୍ ଭାଗରେ ଦୁଇଟି ଲେଖାଏଁ ବ୍ରେକ ପୁଲି ସଂସ୍ଥାପନ କାର୍ଯ୍ୟ ଶେଷ କରିଛନ୍ତି।ଚିତ୍ରକାର ଙ୍କ ରଙ୍ଗ କାର୍ଯ୍ୟଚିତ୍ରକାର ସେବକ ମାନେ ତିନିରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା ଏବଂ ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ରଥ ଦରଜୀଦରଜୀ ସେବକ ମାନେ ତିନିରଥର ବତା କନାରେ ଲେସ୍ ଫିଟିଙ୍ଗ କାର୍ଯ୍ୟ ଶେଷ କରି ବାକି ଥିବା ମହାପ୍ରଭୁଙ୍କ ବିଜେ ତୂଳୀ ଏବଂ ଶିପର ତୂଳୀ ଗୁଡ଼ିକର ସିଲେଇ କାର୍ଯ୍ୟ ଶେଷ ପରେ ତିନିରଥର ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ରେ ଚିକଣ ଜରୀ ଫୁଲ, ଲେସ୍, ଡାଳି ଲତା ପକା କାର୍ଯ୍ୟ ଜାରୀ ରହିଥିବା ସହ ମହାପ୍ରଭୁଙ୍କ ପହଣ୍ଡି ନିମନ୍ତେ କୁସୁମୀ ୪ ପଟିଆ ୬ ଗୋଟି, ୧୨ ହାତିଆ ଧଳା ଗଡା ଚାରି ପଟିଆ ଦୁଇଟି ଏବଂ ୧୬ ହାତିଆ ଚାରି ପଟିଆ ୪ ଗୋଟି ସିଲେଇ କାର୍ଯ୍ୟ ସହ ମହାପ୍ରଭୁଙ୍କ ଭୁଜ ପାଇଁ ମୁଠି ବେଣ୍ଟ ଦୁଇଟି ଟି ଲେଖାଏଁ ୪ ଗୋଟି ର ସିଲେଇ କାର୍ଯ୍ୟ ଶେଷ କରିଛନ୍ତି,

ଏଥିସହ ତିନିରଥର ସାରଥି ପୋଷାକ ରେ ଚିକଣ ଜରୀ ଲେସ୍ ଫିଟିଙ୍ଗ କାର୍ଯ୍ୟ ଜାରୀ ରକହିଛନ୍ତି।କମାର ଶାଳଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ରଥ ପାଇଁ ସମସ୍ତ ଲୁହା କଣ୍ଟା ସରଞ୍ଜାମ ଶେଷ କରି ଜରୁରୀ ପରିସ୍ଥିତି ପାଇଁ ଆବଶ୍ୟକ ଅନୁଯାୟୀ ଲୁହା କଣ୍ଟା ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣାଦୋଳ ବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ପାଇଁ ଆବଶ୍ୟକୀୟ କାଠ ନିର୍ମିତ ସରଞ୍ଜାମ ମାନ ନିର୍ମାଣ ଜାରୀ ରଖିଛନ୍ତି।
