July 18, 2026
Home » ଚତୁର୍ଦ୍ଧା ମୂର୍ତ୍ତି ଙ୍କ ର ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଚତୁର୍ଦ୍ଧା ମୂର୍ତ୍ତି ଙ୍କ ର ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି

0
Screenshot 2026-07-17 154338

ପୁରୀ : ଚତୁର୍ଦ୍ଧା ମୂର୍ତ୍ତି ଙ୍କ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ଆଜି ପ୍ରତ୍ୟୁଷରୁ ଶ୍ରୀମନ୍ଦିର ରେ ଶ୍ରୀ ଜୀଉ ମାନଙ୍କ ର ମଙ୍ଗଳ ଆଳତି ଅନୁଷ୍ଠିତ ହେବା ପରେ ଖେଚୋଡି ଭୋଗ ହେବା ପରେ ମହାପ୍ରଭୁ ଙ୍କ ନିକଟରେ ଲାଗି କରାଯାଇଥିଲା ଚାହାଣି ମଣ୍ଡପ ରେ ସ୍ୱକ୍ୟ ବ୍ରାହ୍ମଣ ମାନେ ହୋମ କରିବା ପରେ ସ୍ୱକ୍ୟ ବ୍ରାହ୍ମଣ ଓ ଶ୍ରୀ ମନ୍ଦିର ପୁରୋହିତ ରଥ ପ୍ରତିଷ୍ଠା କରିଥିଲେ ୟା ପରେ ବିଜେ କାହାଳି ବାଜିଲା ପରେ ଶ୍ରୀ ଜୀଉ ମାନଙ୍କ ର ଧାଡି ପହଣ୍ଡି ଆରମ୍ଭ ହୋଇଛି ପ୍ରଥମେ ଚକ୍ରରାଜ ସୁଦର୍ଶନ ଙ୍କୁ ପହଣ୍ଡି କରାଯାଇ ରଥରୁଢ଼ କରାଯାଇଥିଲା ପରେ ବଳଭଦ୍ର ଙ୍କୁ ପହଣ୍ଡି କରି ସିଂହଦ୍ୱାର କୁ ଅଣାଯାଇ ତାଳଧ୍ଵଜ ରଥରେ ବିଜେ ହେଲେ ପରେ ଦେବୀ ସୁଭଦ୍ରା ଙ୍କୁ ପହଣ୍ଡି କରି ଦଇତା ସେବକ ମାନେ ଦର୍ପଦଳନ ରଥ ରେ ବିଜେ କରିଥିଲେ ପରେ ଆରମ୍ଭ ହୋଇଥିଲା ଶ୍ରୀ ଜଗନ୍ନାଥ ଙ୍କର ପହଣ୍ଡି ଆରମ୍ଭ ହୋଇଥିଲା ସତପାହାଚ କୁ ଆସିଲା ପରେ ଟାହିଆ ଲାଗି କରାଯାଇଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆନନ୍ଦ ବଜାର ଦେଇ ବାଇଶି ପାହାଚ ଉପରକୁ ଆସି ସିଂହଦ୍ୱାର କୁ ଆସିଥିଲେ ପରେ ତାଙ୍କୁ ନଡ଼ିଘୋଷ ରଥରେ ରଥରୁଢ଼ କରାଯାଇଥିଲା ପ୍ରତ୍ୟୁଷ ରୁ ପ୍ରବଳ ବର୍ଷା ଲାଗି ରହିଥିଲେ ସୁଦ୍ଧା ଭକ୍ତ ଓ ଜଗନ୍ନାଥ ଙ୍କ ମଧ୍ୟରେ କୈଣସି ବାଧା ସୃଷ୍ଟି ହୋଇପାରିନଥିଲା ଭକ୍ତ ମାନେ ବର୍ଷା ରେ ଭିଜି ମହାପ୍ରଭୁ ଙ୍କର ଏଇ ଦୁର୍ଲଭ ପହଣ୍ଡି ଦେଖିବା ପାଇଁ ରୁଣ୍ଡ ହୋଇଥିଲେ ପହଂଡି ସମୟ ରେ ବଡଦାଣ୍ଡ ହୁଳହୁଲି, ହରିବୋଲ, ଶଙ୍ଖଧ୍ୱନି ରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର ଠାରୁ ଭକ୍ତ ମୟ ହୋଇଯାଇଥିଲା ପ୍ରବଳ ବର୍ଷା ସତ୍ୱେ ସିଂହ ଦ୍ୱାର ଜନସମୁଦ୍ର ରେ ପରିଣତ ହୋଇଥିଲା ତୁହାକୁ ତୁହା ବର୍ଷା ଲାଗି ରହିଥିଲେ ମଧ୍ୟ ଭକ୍ତ ମାନେ ଜଗା ପ୍ରେମରେ ମଜି ଯାଇ ବଡଦାଣ୍ଡ ରେ ଛିଡା ହୋଇଯାଇଥିଲେ ପହଣ୍ଡି ସମୟରେ ସିଂହଦ୍ୱାର ସମୁଖରେ ରେ ଓଡିଶୀ ନୁର୍ତ୍ୟଙ୍ଗନା ମାନେ ନୁର୍ତ୍ୟ ପରିବେଷଣ କରିବା ଦେଖାଦେଇଛି ସେହିପରି ହନୁମାନ ବେଶରେ ସଜିତ ହୋଇ ଭକ୍ତ ମାନଂକର ମନୋରଞ୍ଜନ କରୁଥିଲେ ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତନ ମଣ୍ଡଳୀ ଭାବରେ ବିହ୍ଵଳ ହୋଇ ସଂକୀର୍ତନ କରିବା ଦୂର୍ଷ୍ୟ ବେଶ ଉପଭୋଗ ହୋଇଥିଲା ଦିନ 2 ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତି ରଥରୁଢ଼ ହୋଇଥିଲେ ପରେ ଶ୍ରୀ ମନ୍ଦିର ରୁ ଶ୍ରୀ ନଅର କୁ ନିମନ୍ତ୍ରଣ ଗଲାପରେ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ପାରମ୍ପରିକ ବେଶ ରେ ଶ୍ରୀ ନଅର ରୁ ଏକ ରୋପ୍ୟ ଖଚିତ ବାହାନ ରେ ବସି ଛତି କ୍ଲାସ ଓ ତେଲଙ୍ଗି ବାଦ୍ୟ ସହ ଏକ ପଟୁଆର ରେ ରଥ ନିକଟକୁ ଆସିଥିଲେ ତିନି ରଥ ଗଜପତି ମହାରାଜ ଶ୍ରୀ ଜୀଉ ମାନଙ୍କୁ ରଥରେ ବନ୍ଦାଇବା ସହ ଛେରା ପହଂରା କରିଥିଲେ ଛେରା ପହଁରା କାର୍ଯ୍ୟ ସରିବା ପରେ ସାରଥୀ ରଥ ଉପରକୁ ଉଠାଯାଇଥିଲା ପରେ ଘୋଡା ଜଚା ଯିବା ପରେ ରଥରେ ଦଉଡି ଲଗା ଯାଇଥିଲା ପ୍ରଥମେ ବଳଭଦ୍ର ଙ୍କ ତାଳଧ୍ବଜା, ପରେ ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଟଣାଯାଇଥଲା ଆନନ୍ଦ ଉଲ୍ଲାସ ମଧ୍ୟରେ ରଥକୁ ଟାଣି ନେଇଥିଲେ ଶାନ୍ତି ଶୃଙ୍କଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ସିଂହଦ୍ୱାର ଠାରୁ ସରଧାବାଲି ପର୍ଯ୍ୟନ୍ତ ସିସିଟିଭି ମାଧ୍ୟମରେ ରଖାଯାଇଥିଲା ଯେପରି କୈଣସି ଅଘଟଣ ନ ଘଟେ ସେଥିପାଇଁ ତୀକ୍ଷଣ ନଜର ଦିଆଯାଇଥିଲା ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ର ସମାଗମ ହୋଇଥିଲା ଟ୍ରାଫିକ ବ୍ୟବସ୍ତା କୁ ମଧ୍ୟ କଡାକଡି କରାଯାଇଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ. ଭି ସିଂ ଦେଓ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ବିଭିନ୍ନ ସ୍ଥାନରେ ସ୍ୱଛା ସେବି ଅନୁଷ୍ଠାନ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ଦେଖାଡ଼ିଥିଲା ଜିଲ୍ଲା ରେଡ କ୍ରସ, ପୋଲିସ ସେବା ସମିତି ଓ ଅନ୍ୟାନ ସ୍ୱଛା ସେବି ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ସେବା ଯୋଗାଇ ଦିଆଯାଇଥିଲା

Leave a Reply

Your email address will not be published. Required fields are marked *