July 18, 2026
Home » ଓଲଟା ଶୈଳୀରେ ମାତ୍ର ୮ ମିନିଟରେ ଦୁଇ ହାତରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଯୁବ ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର

ଓଲଟା ଶୈଳୀରେ ମାତ୍ର ୮ ମିନିଟରେ ଦୁଇ ହାତରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଯୁବ ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର

0
Screenshot 2026-07-17 155022

 

ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ପୁରୀର ଯୁବ ସ୍ପିଡ୍ ପେଣ୍ଟର ଆୟୁଷ ମହାପାତ୍ର ତାଙ୍କର ନିଆରା ଓଲଟା ସ୍ପିଡ୍ ପେଣ୍ଟିଂ ଶୈଳୀରେ ମାତ୍ର ୮ ମିନିଟ୍ ମଧ୍ୟରେ ଉଭୟ ହାତ ବ୍ୟବହାର କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଭବ୍ୟ ଚିତ୍ର ଅଙ୍କନ କରି ସମସ୍ତଙ୍କୁ ମୁଗ୍ଧ କରିଛନ୍ତି।ଭଗବାନ ଶ୍ରୀଜଗନ୍ନାଥଙ୍କ ଭଜନର ତାଳେ ତାଳେ ଏହି ସ୍ୱତନ୍ତ୍ର ଚିତ୍ରଟି କରାଯାଇଛି। ଚିତ୍ରଟିରେ ମହାପ୍ରଭୁଙ୍କ ଦିବ୍ୟ ରୂପ, ରଥଯାତ୍ରାର ଆଧ୍ୟାତ୍ମିକ ଭାବନା ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ସୁନ୍ଦର ଝଲକ ଦେଖିବାକୁ ମିଳିଛି।ଆୟୁଷଙ୍କ କହିବାନୁସାରେ, “ମୋ ପାଇଁ ଏହି ଚିତ୍ର କେବଳ ଏକ କଳାକୃତି ନୁହେଁ, ବରଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ମୋର ଭକ୍ତିପୂର୍ଣ୍ଣ ସମର୍ପଣ। କଳା ମାଧ୍ୟମରେ ଆମର ସଂସ୍କୃତି, ପରମ୍ପରା ଏବଂ ମାନବିକ ମୂଲ୍ୟବୋଧକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ମୋର ଲକ୍ଷ୍ୟ।”ଆୟୁଷ ମହାପାତ୍ର ଜଣେ ଆନ୍ତର୍ଜାତୀୟ ସ୍ତରର ରିଭର୍ସ ସ୍ପିଡ୍ ପେଣ୍ଟର, ଯିଏ ଅତି କମ୍ ସମୟ ମଧ୍ୟରେ ଉଭୟ ହାତରେ ଭବ୍ୟ ଚିତ୍ର ସୃଷ୍ଟି କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ କଳାକୁ ସାମାଜିକ ସଚେତନତା, ସଂସ୍କୃତିର ପ୍ରଚାର ଏବଂ ଯୁବପିଢ଼ିଙ୍କ ପ୍ରେରଣାର ଏକ ସଶକ୍ତ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି।

Leave a Reply

Your email address will not be published. Required fields are marked *