July 18, 2026
Home » ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ପୁରୀ ତାଳବଣିଆରେ ପରିବହନ ବିଭାଗର ବିଭିନ୍ନ ସେବାର ସମର୍ପଣ

ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ପୁରୀ ତାଳବଣିଆରେ ପରିବହନ ବିଭାଗର ବିଭିନ୍ନ ସେବାର ସମର୍ପଣ

0
WhatsApp Image 2026-07-17 at 6.39.17 PM

 

 

ପୁରୀ:ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ, ବିଶେଷକରି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତମାନଙ୍କର ଯାତ୍ରାକୁ ସୁଗମ, ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସେବାମୂଳକ ବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପୁରୀର ତାଳବଣିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବହନ ବିଭାଗ ପକ୍ଷରୁ ସ୍ଥାପିତ ଅସ୍ଥାୟୀ ବିଶ୍ରାମ ସ୍ଥଳୀ, ସୂଚନା କେନ୍ଦ୍ର, ସହାୟତା କେନ୍ଦ୍ର ଓ ଅନ୍ୟାନ୍ୟ ଶ୍ରଦ୍ଧାଳୁ ସେବାର ଲୋକାର୍ପଣ କରିଥିଲେ। ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍‌. ବି. ଏସ୍‌. ରାଜପୁତ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହା ସହିତ ପରିବହନ ବିଭାଗ ପକ୍ଷରୁ ପରିଚାଳିତ ନିଶୁଳ୍କ ଅଟୋ ସେବା ମାଧ୍ୟମରେ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ଯାତାୟାତ କରି ଉପକୃତ ହୋଇଛନ୍ତି।ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ସୁଗମ ଯାତାୟାତ ସୁନିଶ୍ଚିତ କରିବା ‘ଲୋକଙ୍କ ସରକାର’ର ପ୍ରାଥମିକତା। ରଥଯାତ୍ରାରେ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ନିରାପଦ ଓ ନିର୍ବିଘ୍ନ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି।

ତାଳବଣିଆରେ ଉପଲବ୍ଧ କରାଯାଇଥିବା ଏହି ସମସ୍ତ ସେବା ସହ ମାଳତୀପାଟପୁରଠାରେ ମଧ୍ୟ ସମାନ ଭାବେ ବିଶ୍ରାମ ସ୍ଥଳୀ, ସୂଚନା କେନ୍ଦ୍ର, ସହାୟତା କେନ୍ଦ୍ର ଓ ଅନ୍ୟାନ୍ୟ ଶ୍ରଦ୍ଧାଳୁ ସୁବିଧା କାର୍ଯ୍ୟକ୍ଷମ ରହିଛି।’ଅନ୍ନ ହିଁ ବ୍ରହ୍ମ’ ମହାନ ବାଣୀକୁ ପାଥେୟ କରି ତାଳବଣିଆଠାରେ ନିଶୁଳ୍କ ଅନ୍ନସେବାର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ଆବଶ୍ୟକୀୟ ସୂଚନା, ସହାୟତା ଓ ସୁଗମ ପରିବହନ ସେବା ପହଞ୍ଚାଇବା ପାଇଁ ପରିବହନ ବିଭାଗ ନିରନ୍ତର କାର୍ଯ୍ୟ କରୁଥିବା ବେଳେ ବାହୁଡ଼ା ଓ ସୁନାବେଶରେ ମଧ୍ୟ ଏହି ସେବା ଅବ୍ୟାହତ ରହିବ

Leave a Reply

Your email address will not be published. Required fields are marked *