ଟିଟିଲାଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରସାଦ ବଣ୍ଟନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିଟିଲାଗଡ: ମହାପ୍ରଭୁ ଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଶନିବାର ଅଭଡ଼ା ମହାପ୍ରସାଦ ବଣ୍ଟନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଟିଟିଲାଗଡ ବିଧାୟକ ନବୀନ ଜୈନ ଓ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ଙ୍କ ପକ୍ଷରୁ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ବର୍ଷା ସତ୍ତ୍ୱେ ସହର ତଥା ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ମହାପ୍ରସାଦ ସେବନ କରିଥିଲେ।


ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବରେ ପରିଚାଳିତ ହୋଇଥିବାବେଳେ ବିଧାୟକ ଶ୍ରୀ ଜୈନ ଓ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୈନ ନିଜେ ଉପସ୍ଥିତ ରହି ଭକ୍ତମାନଙ୍କୁ ମହାପ୍ରସାଦ ବଣ୍ଟନ କରିଥିଲେ।ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ବସିବା ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା

।ରଥଯାତ୍ରା ଅବସରରେ ବିଧାୟକ ଙ୍କ ଉଦ୍ୟମ ସହର ମଧ୍ୟରେ ଭକ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମ ରେ ସ୍ଥାନୀୟ ସମସ୍ତ ପ୍ରଶାସନିକ ଅଧିକାରୀ,ସାମାଜିକ ଅନୁଷ୍ଠାନ ର ପ୍ରତିନିଧି,ମନ୍ଦିର ପରିଚାଳନା ଟ୍ରଷ୍ଟ ସଦସ୍ୟ ପ୍ରମୁଖ ଙ୍କ ସହ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗଦେଇଥିଲେ।
Titilagarh ru santosh kejerwal nak report
