July 21, 2026
Home » ମାତା ମହାଲକ୍ଷ୍ମୀ ହେରାପଞ୍ଚମୀରେ ରଥ ଭାଙ୍ଗିଲେ

ମାତା ମହାଲକ୍ଷ୍ମୀ ହେରାପଞ୍ଚମୀରେ ରଥ ଭାଙ୍ଗିଲେ

0
WhatsApp Image 2026-07-21 at 2.28.01 PM

 

ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ବଳଭଦ୍ର ନୃସିଂହ ଏବଂ ପ୍ରଭୁ ଜଗନ୍ନାଥ ନାରାୟଣ ବେଶରେ

ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାର ପାଞ୍ଚ ଦିନ ପରେ ସୋମବାର ଦିନ ମନ୍ଦିରରେ ନିୟମିତ ରୀତିନୀତି ଅନୁସାରେ ପବିତ୍ର “ହେରା ପଞ୍ଚମୀ” ବିଧି ସମ୍ପନ୍ନ ହୋଇଥିଲା। ଜୟପୁରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପବିତ୍ର ଏହି ତିଥିରେ ପାରମ୍ପରିକ ରୀତିନୀତିନିୟମ ଅନୁସାରେ ପ୍ରଭୁ ବଳଭଦ୍ର ନୃସିଂହ ଅବତାର ବେଶ ଓ ଶ୍ରୀଜଗନ୍ନାଥଙ୍କ ନାରାୟଣ ଅବତାର ବେଶ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାଙ୍କମଠ ସ୍ଥିତ ଠାକୁରଙ୍କ ଆଡ଼ପ ମଣ୍ଡପ ଠାରେ ମଧ୍ୟାହ୍ନରେ ତିନି ଦିଅଁଙ୍କ ଅନ୍ନଭୋଗ ଲାଗି ହେବା ପରେ କିଛି ସମୟ ପହଡ଼ ପରେ ଶ୍ରୀଜୀଉଙ୍କ ବିଭିନ୍ନ ପୂଜା ନୀତି କାନ୍ତି ସହିତ ପଦ୍ମ, ତୁଳସୀ ଅର୍ଜନା ଓ ପୂଜା ନୀତି ସହ ମହାପ୍ରଭୁଙ୍କ ନାରାୟଣ ଅବତାର ବେଶ ଓ ପ୍ରଭୁ ପଲଭଦ୍ରଙ୍କ ନରସିଂହ ଅବତାର ବେଶ ଶୃଙ୍ଗାର ନୀତି କାନ୍ତି ସରିବା ପରେ ଶହ ଶହ ଭକ୍ତ ସଂଧ୍ୟା ୬ ଘଣ୍ଟିକ ସମୟରୁ ତିନି ଦିଅଁଙ୍କ ପବିତ୍ର ଦିବ୍ୟ ଦର୍ଶନ ପାଇଥିଲେ। ସନ୍ଧ୍ୟା ଆଳତି ସରିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଜଗତଜନନୀ ମାଆ ମହାଲକ୍ଷ୍ମୀ ଦେବୀ ମାଁଙ୍କ ପ୍ରତିମାକୁ ଏକ ସ୍ୱତନ୍ତ୍ର ସୁସଜ୍ଜିତ ପାଲକିରେ ସେବକମାନେ ଘଣ୍ଟ,ଘଣ୍ଟା, କାହାଳୀ, ହରିବୋଲ ହୁଳହୁଳିରେ ଶ୍ରୀଜୀଉଙ୍କ ଜନ୍ମବେଦୀରେ ରାତି ୮ଟା ସମୟରେ ପହଞ୍ଚିଥିଲେ।

ମାତା ଲକ୍ଷ୍ମୀ ଠାକୁରାଣୀ ଶ୍ରୀ ଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ମାଆଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ବିଧି ,ଆଳତି ସମ୍ପନ୍ନ କରାଯାଇ ଜଗାକଳିଆଙ୍କ ଭେଟ ସମୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରକାଶ କରିଥିଲେ ଏବଂ ତାଙ୍କ ସହ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରିବାକୁ କହିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଏହା ନେଇ ତିନି ଦିନ ପରେ ଫେରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ସେବକମାନେ ଦେବୀ ଲକ୍ଷ୍ମୀଙ୍କ ସେବାୟତମାନଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ମାଆ ଲକ୍ଷ୍ମୀ ଠାକୁରାଣୀଙ୍କ କଥାକୁ ପ୍ରଭୁ ନ ରଖିବାରୁ ଫେରିବା ବେଳେ ଦେବୀ ଲକ୍ଷ୍ମୀ ନିରାଶ ଅନୁଭବ ସହ କ୍ରୋଧର ପ୍ରତୀକାତ୍ମକ ପ୍ରକାଶନ ଭାବରେ ତାଙ୍କ ନିର୍ଦ୍ଦେଶରେ, ତାଙ୍କର ଜଣେ ସେବାୟତ ପ୍ରଭୁ ଜଗନ୍ନାଥଙ୍କ ରଥର ଏକ ଛୋଟ ଅଂଶ ଭାଙ୍ଗି ଦେବା ସହ ଶ୍ରୀ ଜୀଉଙ୍କ ସେବାୟତଙ୍କୁ ରଥରେ ବାନ୍ଧିବା ବିଧି ପରେ, ଲକ୍ଷ୍ମୀ ମାଆଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନିଆଯାଇଥିଲା। ଉକ୍ତ ସମସ୍ତ କଥା ପରମ୍ପରା ଅନୁଯାୟୀ ଆୟୋଜିତ ବାଚନିକା ଗାୟକଙ୍କ ଗୀତରେ ଜଗତର ନାଥ ଜଗନ୍ନାଥ ପ୍ରଭୁଙ୍କ ସହ ପାରମ୍ପରିକ କଳି କାର୍ଯ୍ୟକ୍ରମ ସମୟରେ ବହୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ଙ୍କ ସମାଗମ ହୋଇଥିଲେ। ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ଏଥିପାଇଁ ଜୟପୁର ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବାଙ୍କ ମଠ ଠାରେ ପବିତ୍ର ହେରାପଞ୍ଚମୀ ଦିବସକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୯ ଘଣ୍ଟିକ ସମୟରୁ ଟ୍ରାଫିକ ନିୟନ୍ତ୍ରଣ କରିଥିଲା।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *