ଏମଏସଏମଇ ବିଭାଗର କମିଶନର ତଥା ସଚିବଙ୍କ ନୟାଗଡ ଗସ୍ତ ଓ SIR-2026 କାର୍ଯ୍ୟକ୍ରମର ସମୀକ୍ଷା ।
ନୟାଗଡ଼ : ( ଇପିଏ ) ନୟାଗଡ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, IAS ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି Special Intensive Revision (SIR)-2026 କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଥମେ ସେ ଜିଲ୍ଲାର ସ୍ଵୀକୃତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରି SIR କାର୍ଯ୍ୟକ୍ରମର ସ୍ଵଚ୍ଛ, ନିରପେକ୍ଷ ଓ ସଫଳ କାର୍ଯ୍ୟାନ୍ଵୟନ ସମ୍ପର୍କରେ ମତବିନିମୟ କରିଥିଲେ Iଏହାପରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମସ୍ତ EROs, Deputy Collector ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ସହ SIR-2026ରେ ଅଗ୍ରଗତି, ନୋଟିସ୍ ଜେନେରେସନ୍, ଶୁଣାଣି ଓ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।


ପରବର୍ତ୍ତୀ ପର୍ଯ୍ୟାୟରେ ସେ ନୟାଗଡ଼ ପୌରାଞ୍ଚଳର କ୍ଷେତ୍ର ପରିଦର୍ଶନ କରି Booth Level Officers (BLOs)ଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ, ସମ୍ପୃକ୍ତ ERO, AERO ଉପସ୍ଥିତ ଥିଲେ। କ୍ଷେତ୍ରସ୍ତରରେ କାର୍ଯ୍ୟର ଅଗ୍ରଗତି, BLOମାନଙ୍କ ଅଭିଜ୍ଞତା ଓ ସମସ୍ୟା ବିଷୟରେ ସେ ଅବଗତ ହୋଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ SIR କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ SIR-2026 କାର୍ଯ୍ୟକ୍ରମକୁ ସ୍ବଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭାବେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସୁଚାରୁ ଭାବେ ଚାଲିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
