July 22, 2026
Home » ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ।

ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ।

0
WhatsApp Image 2026-07-21 at 4.12.47 PM

 

ପୁରୀ : ଚଳିତ ରଥଯାତ୍ରା ଅବସରରେ ଭାରତୀୟ ସୁଟର ପଦ୍ମଶ୍ରୀ ଗଗନ ନାରଙ୍ଗ ଶ୍ରୀଜୀଉମାନଙ୍କୁ ଆଡପ ମଣ୍ଡପ ରେ ଦର୍ଶନ କରିଛନ୍ତି।ଦର୍ଶନ ପରେ ନିଜ ପ୍ରତିକ୍ରିୟା ରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ ଭବୁଛନ୍ତି ବୋଲି କହିବା ସହ ଏହି ଅନୁଭବ ସାରା ଜୀବନ ଆଛାଦିତ କରି ରଖିଥିବ ବୋଲି ଭାବ ବିହ୍ବଳ କଣ୍ଠରେ କହିଥିଲେ।

ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ,ଆଇଜି ପିନାକ ମିଶ୍ର,କ୍ରୀଡା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଶ୍ରୀ ନାରଙ୍ଗ ଙ୍କୁ ସ୍ବାଗତ କରିଥିଲେ।ସୂଚନା ଯୋଗ୍ୟ ଯେ ପଦ୍ମଶ୍ରୀ ଶ୍ରୀ ନାରଙ୍ଗ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ତାଙ୍କର ଅଲିମ୍ପିକ୍ସ ପଦକ ଜିତିଥିଲେ। ସେ ପୁରୁଷ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଏକ କାଂସ୍ୟ ପଦକ ହାସଲ କରିଥିଲେ, ଯାହା ଗେମ୍ସର ସେହି ସଂସ୍କରଣରେ ଭାରତର ପ୍ରଥମ ପଦକ ଥିଲା।

 

soubhagya pattanayak nka report

Leave a Reply

Your email address will not be published. Required fields are marked *