ରଥଯାତ୍ରା ପରିଚାଳନରେ ବରିଷ୍ଠ ଅଧିକାରୀ ।
ପୁରୀ : ଚଳିତ ରଥଯାତ୍ରା ପରିଚାଳନା ପାଇଁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପ୍ରଶାସନିକ ଅଧିକାରୀ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରେ ୨୩ ଜଣ ବରିଷ୍ଠ ଅଧିକାରୀ ସ୍ବତନ୍ତ୍ର ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ବୋଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅବଗତ କରାଇଛନ୍ତି।ଏହି ବରିଷ୍ଠ ଅଧିକାରୀ ଙ୍କ ସହ ଅନ୍ୟ ଜିଲ୍ଲା ରୁ ଡେପୁଟେସନରେ ଆସିଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ର ପୂର୍ବ ରଥଯାତ୍ରାର ଅଭିଜ୍ଞତା ରହିଛି ଯାହା ଫଳରେ ଚଳିତ ରଥଯାତ୍ରା ପରିଚାଳନା ଶୃଙ୍ଖଳିତ ହୋଇ ପାରିଛି ବୋଲି ଜିଲ୍ଲାପାଳ କହିଛନ୍ତି।ସେହିପରି ବିଭିନ୍ନ ସ୍ବେଚ୍ଛାସେବୀ ମାନଙ୍କ ସେବା ମଧ୍ୟ ଚଳିତ ରଥଯାତ୍ରା ରେ ଖୁବ ଭଲ ।ଅତି ନିଷ୍ଠାପର ଭାବେ ସେମାନେ କଠିନ ପରିଶ୍ରମ କରୁଛନ୍ତି।ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ସ୍ବେଚ୍ଛାସେବୀ ସମସ୍ତଙ୍କୁ ଜିଲ୍ଲାପାଳ ଙ୍କ ର ଗୋଟିଏ ପରାମର୍ଶ ରହିଛି ଏହାକୁ ମହାପ୍ରଭୁଙ୍କ ପ୍ରତି ସେବା ବୋଲି ବିବେଚନା କରି କାର୍ଯ୍ୟ କରନ୍ତୁ।ଚଳିତ ରଥଯାତ୍ରା ରେ ୨୩ ବରିଷ୍ଠ ସ୍ବତନ୍ତ୍ର ଅଧିକାରୀ ଙ୍କ ସହ ୨୬୨ ଜଣ ଏକଜୁଭଟିଭ ମାଜିଷ୍ଟ୍ରେଟ ଙ୍କ ସହ ପୁରୀ ଜିଲ୍ଲାର ସମସ୍ତେ ଅଧିକାରୀ ଦାୟିତ୍ୱ ନିର୍ବାହ କରୁଛନ୍ତି।ପୂର୍ବରୁ ଏକାଧିକ ବାର ବୈଠକ ମାଧ୍ୟମରେ ରଥଯାତ୍ରା ପରିଚାଳନା, କାହାର କଣ ଦାୟିତ୍ୱ, କେଉଁ ସ୍ଥାନରେ କି ପ୍ରକାର କର୍ତ୍ତବ୍ୟ ନିର୍ବାହ,ଉତ୍ତମ ଆଚରଣରେ ଓ ବ୍ୟବହାର ପ୍ରଦର୍ଶନ ସମ୍ପର୍କରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସମସ୍ତ ଶ୍ରଦ୍ଧାଳୁଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ ସହ ସେମାପଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା, ସହଯୋଗ କରିବା ଯାହା ଫଳରେ ଏକ ସୁଖଦ ଓ ସୁନ୍ଦର ଅନୁଭୂତି ନେଇ ଶ୍ରଦ୍ଧାଳୁ ଯେପରି ଫେରିବେ ସେଥି ପ୍ରତି ଦାୟିତ୍ବବାନ ହେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।
