July 22, 2026
Home » ପୋଲିସର ଅମାନବୀୟ ଓ ନୃଶଂସ ଆକ୍ରମଣ ପ୍ରତିବାଦରେଏଆଇଡିଏସଓ (AIDSO)ର ବିକ୍ଷୋଭ

ପୋଲିସର ଅମାନବୀୟ ଓ ନୃଶଂସ ଆକ୍ରମଣ ପ୍ରତିବାଦରେଏଆଇଡିଏସଓ (AIDSO)ର ବିକ୍ଷୋଭ

0
WhatsApp Image 2026-07-22 at 4.21.56 PM

 

ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, NTA ରଦ୍ଦ କରିବା ଓ ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଅମାନବୀୟ ଓ ନୃଶଂସ ଆକ୍ରମଣ ପ୍ରତିବାଦରେ ଏଆଇଡିଏସଓ ସର୍ବଭାରତୀୟ କମିଟି ପକ୍ଷରୁ ଜୁଲାଇ ୨୧ ଓ ୨୨ ଦୁଇ ଦିନ ଦେଶବ୍ୟାପୀ ପ୍ରତିବାଦର ଆହ୍ବାନ କ୍ରମେ ଆଜି ଭୁବନେଶ୍ୱର ଲୋୟର ପିଏମଜି ଠାରେ ଏଆଇଡିଏସଓ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ ସହ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ନିଜର ହକ୍ ପାଇଁ ଲଢ଼େଇ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ଏଆଇଡିଏସଓ ପକ୍ଷରୁ କଠୋର ଭାଷାରେ ନିନ୍ଦା କରାଯାଇଛି। ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (AIDSO) ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ସଭାରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)କୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିବା ପାଇଁ ଦାବି ଉଠିଛି। ଏଥିସହ ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା ଏବଂ ଛାତ୍ରମାନଙ୍କ ଉପରେ ପୋଲିସ ଅତ୍ୟାଚାରର ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି।ଏଆଇଡିଏସଓ ନେତୃବୃନ୍ଦ କହିଛନ୍ତି ଯେ, ଗଣତାନ୍ତ୍ରିକ ଉପାୟରେ ନିଜର ନ୍ୟାଯ୍ୟ ଦାବି ଉପସ୍ଥାପନ କରୁଥିବା ଛାତ୍ର ସମାଜର ସ୍ୱରକୁ କେନ୍ଦ୍ର ସରକାର ପୋଲିସ ବଳ ପ୍ରୟୋଗ କରି ଚାପିଦେବାକୁ ଉଦ୍ୟମ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଦୁର୍ନୀତିଗ୍ରସ୍ତ ଏନଟିଏ ବ୍ୟବସ୍ଥାକୁ ତୁରନ୍ତ ବାତିଲ ନକଲେ, ଦେଶର ଛାତ୍ର ଛାତ୍ରୀଙ୍କ ଅପରାଧୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିବା ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଇସ୍ତଫା ନ ଦେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ରାଜ୍ୟ ତଥା ଦେଶ ବ୍ୟାପୀ ଆହୁରି ତୀବ୍ରତର କରାଯିବ ବୋଲି ଏଆଇଡିଏସଓ ପକ୍ଷରୁ ଚେତାବନୀ ଦିଆଯାଇଛି।ଆଜିକାର କାର୍ଯ୍ୟକ୍ରମର ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଉପସଭାପତି ଭାଗ୍ୟରାବି ଦାସ, ଅଫିସ ସମ୍ପାଦକ ନସିମ ସରକାର, ସମ୍ପାଦକ ମଣ୍ଡଳୀ ସଦସ୍ୟ ବିନୋଦ ସେଠୀ, ପରମାନନ୍ଦ ସାହୁ, ତରୁନଣସେନ ନାୟକ, ଇଷା ଧର, ସଂଯୁକ୍ତା ସାହୁ, ପ୍ରଭାତୀ ମଲ୍ଲିକ, ନାରାୟଣ ସାହୁ, ନିମାଇଁ ଚରଣ ସାହୁ ଆଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *