ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ପକ୍ଷରୁ ମୋଦି-ଶାହ କୁଶପୁତ୍ତଳିକା ଦାହ ।
ନୟାଗଡ : ( ଇପିଏ ) ନୟାଗଡ ରାଜଧାନୀ ଦିଲ୍ଲୀଠାରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ କେନ୍ଦ୍ରର ଇଙ୍ଗିତରେ ପୁଲିସର ଦମନଲୀଳା, ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରତ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକlର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ଜନନାୟକ ଶ୍ରୀ ରାହୁଲ ଗାନ୍ଧୀ, ଶ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ କେସି ବେନୁଗୋପାଳଙ୍କ ସମେତ ଶୀର୍ଷ କଂଗ୍ରେସ ନେତୃବୃନ୍ଦଙ୍କୁ ପୁଲିସ ଉଠାଇନେବା ତଥା ଭୁବନେଶ୍ବରସ୍ଥିତ ଲୋକଭବନ ଫାଟକ ସମ୍ମୁଖରୁ କଂଗ୍ରେସର ବିକ୍ଷୋଭକାରୀଙ୍କ ଗହଣରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ପୁଲିସ ଉଠାଇନେବା ପ୍ରତିବାଦରେ ଆଜି ନୟାଗଡ ଡିସିସି ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଛକ ଠାରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ *ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରାଯାଇ ଦେଶଦ୍ରୋହୀଙ୍କ ବିରୁଦ୍ଧରେ ନାରାବାଜି କରାଯାଇ କୁଶ ପୁତ୍ତଳିକା* ଦାହ କରାଯାଇଛି l


ଲଘୁଚାପ ବର୍ଷା ପାଣିପାଗ ସତ୍ୱେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ କିସାନ ସେଲ ସଭାପତି ଅଭୟ ସାହୁ,ଡିସିସି ଉପସଭାପତି ଲଷ୍ମୀଧର ତ୍ରିପାଠୀ, ବିଭୁପ୍ରସାଦ ମିଶ୍ର, ଫକୀର ଚରଣ ମଲ୍ଲ,ଡିସିସି ସାଧାରଣ ସମ୍ପାଦକ ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଯୁବ ଆଇନଜୀବୀ କୂଳେଶ ଚନ୍ଦ୍ର ମହାନ୍ତି, ଜୋନ ସଭାପତି ନକୁଳ ନାୟକ, ଭାଟସାହୀ ଜିପି ସଭାପତି ଵାପିନା ସେଠି, ଚଣ୍ଡୀବସ୍ତ ଜିପି ସଭାପତି ମଧୁସୂଦନ ସାହୁ, ପୂର୍ବତନ ସରପଞ୍ଚ ରାଜକିଶୋର ସାହୁ,କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ଦିବାକର ମହାରଣା, କୃଷକ ନେତା ଆଲୋକ ପ୍ରଧାନ, ଡିସିସି ଅନୁସୂଚିତ ଜାତି ସଭାପତି ଜିତେନ୍ଦ୍ର ଦଳେଇ, ତ୍ରିନାଥ ସାହୁ, ବାପି ପଟ୍ଟନାୟକ, ଯୁଗଳ କିଶୋର ବରାଡ଼, ଶଙ୍କର ସାହୁ, କୁଳମଣି ମଲ୍ଲ, ଯୁଗଳ ବେହେରା ନୟାଗଡ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ ପ୍ରମୁଖ ସମେତ ଶତାଧିକ ଯୁବଛାତ୍ର ଯୋଗଦେଇ ମୋଦି-ଶାହ ଫୋଟୋଚିତ୍ର ଉପରେ ଜୋତାମାଡ଼ କରି କୁଶପୁତ୍ତଳିକା ଦାହ କରିଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
