July 24, 2026
Home » ଆଡପ ମଣ୍ଡପରେ ନବମୀ ଦର୍ଶନ,ଭଜନ ସମାରୋହ

ଆଡପ ମଣ୍ଡପରେ ନବମୀ ଦର୍ଶନ,ଭଜନ ସମାରୋହ

0
WhatsApp Image 2026-07-24 at 10.27.40 AM (1)

 

ଗଣିଆ : ଶ୍ରୀଜଗନ୍ନାଥଙ୍କ ଆଡପ ମଣ୍ଡପରେ ନବମୀ ଦର୍ଶନ ଦେଖିବାକୁ ଅସମ୍ଭାଳ ଭିଡ ହୋଇଥିଲା । ଗଣିଆର ବିଭିନ୍ନ ମନ୍ଦିରରେ ଏହି ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗି ରହିଥିଲା । ବିଶ୍ଵାସ ରହିଛି ଯେ ଆଡ଼ପ ମଣ୍ଡପରେ ନବମୀ ଦର୍ଶନ କରିବା ପାଇଁ ବିଭିନ୍ନ ଦେବା ଦେବୀଙ୍କ ସମେତ ଚିରଞ୍ଜିବୀ ଭକ୍ତ ବିଭୀଷଣ ମଧ୍ଯ ଆସିଥାନ୍ତି। ନବମୀରେ ଜଗନ୍ନାଥ ମହାପ୍ରଭୁଙ୍କ ରଘୁନାଥ ବେଶ ଦର୍ଶନରେ ବହୁ ପୁଣ୍ୟ ଅର୍ଜନ ହୁଏ ।ଆଜି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପରେ ଶେଷ ସନ୍ଧ୍ୟା। ଏଣୁ ହଜାର ହଜାର ସଂଖ୍ୟାରେ ଭକ୍ତଜନ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ପାଖରେ କାକରା ଠାରୁ ଆରମ୍ଭ କରି ପୋଡ଼ପିଠା ପୂଜା କରାଯାଏ ।

ଗଣିଆ ବ୍ଲକ ପାଖରେ ଥିବା ମାଉସୀ ମା ମନ୍ଦିର ପରିସରରେ ଗୁରୁବାର ସନ୍ଧ୍ୟାରେ ଭଜନ ସମାରୋହ ପରିବେଷଣ ହୋଇଥିଲା । ଯୁବ କଣ୍ଠଶିଳ୍ପୀ ସାନୁଜ ରାମ ମିଶ୍ରଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ନଗେନ ମିଶ୍ର,ସମୀର ଗଣ୍ଠିଆ, ରାଜକିଶୋର ସାହୁ, ଅର୍ଚ୍ଚିତା ଖଟୁଆଙ୍କ ସମେତ ବହୁ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ । କଣ୍ଠଶିଳ୍ପୀଙ୍କ ସୁମଧୁର କଣ୍ଠରୁ ସଂଗୀତ ଶୁଣିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଅକ୍ଷୟ କୁମାର ସାହୁ ସମସ୍ତ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *