July 25, 2026
Home » ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ପାରାଦୀପ କଲେଜ ଏନସିସି ଆଲୁମୁନି ପକ୍ଷରୁ ୨୩ତମ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ

ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ପାରାଦୀପ କଲେଜ ଏନସିସି ଆଲୁମୁନି ପକ୍ଷରୁ ୨୩ତମ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ

0
WhatsApp Image 2026-07-25 at 1.37.41 PM

 

ପାରାଦୀପ: ପବିତ୍ର ବାହୁଡ଼ାଯାତ୍ରା ଅବସରରେ ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ୍ ଏବଂ ଏନସିସି କ୍ୟାଡେଟମାନଙ୍କ ମିଳିତ ଆନୁକୂଲ୍ୟରେ ୨୩ତମ ବାର୍ଷିକ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ପାରାଦୀପ ପୋର୍ଟ ଅଥରିଟିର ସେକ୍ରେଟାରୀ ଶ୍ରୀକ୍ରିଷ୍ନା ବାପି ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଏନସିସି ଆଲୁମୁନିର ଉପଦେଷ୍ଟା ଲେଫ୍ଟନାଣ୍ଟ ଅକ୍ଷୟ ଚନ୍ଦ୍ର ମିଶ୍ର, ପାରାଦୀପ ପୋର୍ଟ ଅଥରିଟିର ଆଶିଷ ଲେଙ୍କା, ଆଲୁମୁନି ଆସୋସିଏସନ୍‌ର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର, ଉପସଭାପତି ବିକ୍ରମ ସିଂ ମହାରଣା, ସମ୍ପାଦକ ପଦ୍ମନାଭ ଦାସଙ୍କ ସମେତ ଦେବୀ ପ୍ରସାଦ ମିଶ୍ର, ଅନାଦି ସେନାପତି, ଲିପୁନା ବାରିକ, ହୃଦାନନ୍ଦ ନାଥଶର୍ମା, ରାଜା ମଲ୍ଲିକ, ଜିତେନ୍ଦ୍ର ବାରିକ, ପି. ମଧୁସ୍ମିତା, ହରପ୍ରିୟା ପଟ୍ଟନାୟକ ପ୍ରମୁଖ ସଦସ୍ୟ ଏବଂ ବହୁ ସଂଖ୍ୟକ ଏନସିସି କ୍ୟାଡେଟ ଉପସ୍ଥିତ ଥିଲେ।ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ୍ ଗତ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବାହୁଡ଼ାଯାତ୍ରା ଅବସରରେ ଏହି ଦହିପଣା ବଣ୍ଟନ କାର୍ଯ୍ୟକ୍ରମ କରିଆସୁଛି।ଏହି ଅବସରରେ ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର କହିଥିଲେ ଯେ, ସାଧାରଣତଃ ଅନେକ ଅନୁଷ୍ଠାନ ଗୁଣ୍ଡିଚା ଯାତ୍ରା ସମୟରେ ଦହିପଣା ବଣ୍ଟନ କରୁଥିବାବେଳେ ବାହୁଡ଼ାଯାତ୍ରାରେ ଏଭଳି ସେବା କାର୍ଯ୍ୟ କମ୍ ଦେଖିବାକୁ ମିଳେ। ସେଥିପାଇଁ ବାହୁଡ଼ାଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦହିପଣା ବଣ୍ଟନ କରିବାର ସୌଭାଗ୍ୟ ଆମ ଅନୁଷ୍ଠାନକୁ ମିଳୁଛି। ସେ ଆହୁରି କହିଥିଲେ ଯେ, ସମାଜ ସେବା, ପରିବେଶ ସୁରକ୍ଷା ଏବଂ ଜନସଚେତନତା କ୍ଷେତ୍ରରେ ଅନୁଷ୍ଠାନ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି। ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁଷ୍ଠାନକୁ “ପ୍ରକୃତି ମିତ୍ର” ସମ୍ମାନ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର ଓ ସମାଜସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ।ଶେଷରେ ସମସ୍ତଙ୍କ ମଙ୍ଗଳ କାମନା କରି ଭଗବାନ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *

You may have missed