ଅଖିଳ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର ଜିଲ୍ଲା ଅଖିଳ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଓ ୮ ଦଫା ଦାବି ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି । ତାଙ୍କର ପ୍ରମୁଖ ଦାବି ଗୁଡ଼ିକ ହେଲା ଦରମା ବୃଦ୍ଧି, କ୍ୟାଡର ପୁନର୍ଗଠନ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସୋସିଆଲ୍ ସିକ୍ୟୁରିଟି ସହାୟକ ନିଯୁକ୍ତି ଦିଆଯାଉ, MACP ସମସ୍ୟାର ସମାଧାନ, ପଦୋନ୍ନତି, ୨୦୨୩ ବ୍ୟାଚ୍ BSSO ମାନଙ୍କ ପାଇଁ ତୁରନ୍ତ ଇନ୍ଡକ୍ସନ୍ ଟ୍ରେନିଂ, MBPY ପୋର୍ଟାଲ୍ ବୟସ ଓ ଆୟ ସୀମାରେ କୋହଳ ଏବଂ ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟମାନଙ୍କ ସମସ୍ୟାର ସହାନୁଭୂତିପୂର୍ଣ୍ଣ ସମାଧାନ ଇତ୍ଯାଦି ରହିଛି । ସଂଘ କହିଛି ଯେ BSSO ମାନେ ଏବେ SS&EPD ବ୍ୟତୀତ ପର୍ଯ୍ୟଟନ, ଓଡ଼ିଆ ଭାଷା-ସଂସ୍କୃତି, ଅର୍ଥ, କ୍ରୀଡ଼ା ଓ ଯୁବ ସେବା ଆଦି ୫ ଗୋ ବିଭାଗର କାମ ମଧ୍ୟ ସମ୍ଭାଳୁଛନ୍ତି । ଫଳରେ ସେମାନଙ୍କ ଉପରେ ପ୍ରଶାସନିକ ଚାପ ବହୁତ ବଢ଼ିଛି । ମାତ୍ର ଦରମା ଅନ୍ୟ ସମାନ କ୍ୟାଡର ତୁଳନାରେ କମ୍ ରହିଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
