July 29, 2026
Home » ଧର୍ମଗଡ ଠାରେ ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଧର୍ମଗଡ ଠାରେ ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
WhatsApp Image 2026-07-29 at 10.04.00 AM

ଧର୍ମଗଡ ଠାରେ ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ସଂଘର ସଭାପତି କବିରାଜ ଦୁର୍ଗାଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଏହି କାର୍ଯ୍ୟକ୍ରମରେ ସଂଘର ସଂପାଦକ ରାଜେନ୍ଦ୍ର କୁମାର ଭୋଇ, ସହ ସଂପାଦକ ଧରଣୀ ଧର ଧଙ୍ଗଡା ମାଝୀ,ଉପଦେଷ୍ଠା ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରା, ବରିଷ୍ଠ ସଦସ୍ୟ ହେତୁ ରାମ ମେହର, ସୁର୍ଯ୍ୟମଣି ସାଗର, ବବ୍ରୁ ବାହନ ଯୋଶୀ,କରୁଣାକର ନାଏକ, ଧନେଶ୍ୱର ଗୋପାଲ, ମହେନ୍ଦ୍ର ବାଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ।


ପରିବେଶକୁ ସୁସ୍ଥ ରଖିବା ପାଇଁ ଗଛ ଲଗାଇବା ଏବଂ ଏହାର ଯତ୍ନ ନେବା ଆବଶ୍ୟକ।ଏହା ଅମ୍ଳଜାନ ଯୋଗାଇଥାଏ, ପ୍ରଦୂଷଣ ହ୍ରାସ କରେ ଏବଂ ବର୍ଷା ଆଣିବାରେ ସାହାଯ୍ୟ କରେ ବୋଲି ଏହି ଅବସରରେ ସଂଘର ସଭାପତି ଶ୍ରୀ ଦୁର୍ଗା ପ୍ରକାଶ କରିଥିଲେ। ବୃକ୍ଷ ରୋପଣ ହେଉଛି ପ୍ରକୃତି ପ୍ରତି ଆମର ଦାୟିତ୍ୱ ତେଣୁ ସମସ୍ତେ ମିଶି ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶକୁ ସବୁଜ, ସ୍ୱଚ୍ଛ ଓ ସୁନ୍ଦର ରଖିବା ଆବଶ୍ୟକ ବୋଲି ଉପଦେଷ୍ଠା ଲୋକନାଥ ବେହେରା ଆହ୍ୱାନ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *