July 29, 2026
Home » ଶ୍ରୀକ୍ଷେତ୍ରରେ ନୃତ୍ୟ ପରିବେଷଣ

ଶ୍ରୀକ୍ଷେତ୍ରରେ ନୃତ୍ୟ ପରିବେଷଣ

0
WhatsApp Image 2026-07-27 at 8.46.52 PM

 

ଖଣ୍ଡଗିରି : – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଶରଧା ବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ବଡ଼ଚଣା ମହାବିନାୟକ ସଂଗୀତ ମହାବିଦ୍ୟାଳୟର ନୃତ୍ୟଶିଳ୍ପୀ ମାନେ ଶ୍ରୀକ୍ଷେତ୍ରରେ ମନମୁଗ୍ଧକର ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ବହୁ ସଂଖ୍ୟାରେ ଉପସ୍ଥିତ ଶ୍ରଦ୍ଧାଳୁ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ତବଲା ଗୁରୁ ମାନସ ଦାଶ, ନୃତ୍ୟ ଗୁରୁମା ଓଡିଶୀ ନୃତ୍ୟ ବିଶାରଦ ବର୍ଷା ପ୍ରିୟଦର୍ଶିନୀ ଜେନା ଯୋଗ ଦେଇ ବାଦ୍ୟ ଯନ୍ତ୍ର ସଙ୍ଗତ କରିବା ସହିତ ନୃତ୍ୟଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ପାଲ୍ ମଞ୍ଚ ସଂଚାଳନ କରିଥିଲେ।ଅନୁଷ୍ଠାନର ସମ୍ପାଦକ ଅଜିତ ପ୍ରସାଦ ମିଶ୍ର ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ ମାନଙ୍କୁ ଧାନବାଦ ଜଣାଇବା ସଙ୍ଗେସଙ୍ଗେ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l

Leave a Reply

Your email address will not be published. Required fields are marked *