August 1, 2026
Home » ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ୟୁନିଟ୍ ଗଠିତ l

ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ୟୁନିଟ୍ ଗଠିତ l

0
WhatsApp Image 2026-07-31 at 6.05.52 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଚଳିତ ବର୍ଷ ପାଇଁ ଜୁନିଅର ରେଡକ୍ରସ ୟୁନିଟ୍ ଗଠିତ ହୋଇଯାଇଛି । ସଭାରେ ରେଡକ୍ରସ ପରାମର୍ଶଦାତା ରାଜୁ ମେହେର ସଭା ପରିଚାଳନା କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ପାଦିକା ଆଭା ସାହୁ ଗତ ବର୍ଷର ବିବରଣୀ ପାଠ କରିଥିବା ବେଳେ ଅଧ୍ୟକ୍ଷା ପ୍ରୀତି ପ୍ରଧାନ ଚଳିତ ବର୍ଷର କାର୍ଯ୍ୟକ୍ରମ ଖସଡ଼ା ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷା ଭାବରେ ଦଶମ ଶ୍ରେଣୀର ପ୍ରୀତି ପ୍ରଧାନ, ଉପାଧ୍ୟକ୍ଷା ଭାବରେ ନବମ ଶ୍ରେଣୀର ଡଲି ସାହୁ , କମାଣ୍ଡର ଦିପ୍ତିସିଖା ବାଗ,ସମ୍ପାଦିକା ଆଭ ସାହୁ, ସହ ସମ୍ପାଦକ ରୋଜି ମେହେର, ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ମନ୍ତ୍ରୀ ଆୟୁଷି ନାୟକ, ଆନ୍ତର୍ଜାତିକ ବନ୍ଧୁତା ମନ୍ତ୍ରୀ ମନିଶା ତାଣ୍ଡି, ସାଂସ୍କୃତିକ ମନ୍ତ୍ରୀ ପାୟଲ ବିଶ୍ଵକର୍ମା, ଚାନ୍ଦା ସଂଗ୍ରହ ମନ୍ତ୍ରୀ ଭାବରେ ତିକେଶ୍ୱରି ସାହୁ ନିର୍ବାଚିତ ହୋଇଥିଲେ ।ଖେଳ ଶିକ୍ଷକ, ଚିନ୍ମୟ ଦାସ, କିରନ କୁମାର ପଟେଲ,ଲିପି ପ୍ରଧାନ,କର୍ମଚାରୀ ସଞ୍ଜୀବ କୁମାର ପୂଜାରୀ, ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠାର,ବିଭୀଷଣ ଖମାରୀ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *