August 1, 2026
Home » 5 କେଜି ଗଞ୍ଜେଇ ଓ ମୋଟର ସାଇକେଲ ଜବତ, ଜଣେ ଗିରଫ

5 କେଜି ଗଞ୍ଜେଇ ଓ ମୋଟର ସାଇକେଲ ଜବତ, ଜଣେ ଗିରଫ

0
WhatsApp Image 2026-08-01 at 1.53.04 PM

 

 

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ 45 କେଜି ଗଞ୍ଜେଇ ଓ ବ୍ୟବହୃତ ମୋଟର ସାଇକେଲ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି l ମନମୁଣ୍ଡା ପୋଲିସ ଥାନା ର ଏସ୍‌ଆଇ ରିଙ୍କି ପାତ୍ର ଓ ତାଙ୍କ ଟିମ୍ ବିଳାଶପୁର, ବରଗୋଛା, କନପା ଓ ସିଗାଡି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ସିଗାଡି ଗ୍ରାମ ନିକଟରେ ଏକ ବଜାଜ ପଲସର ମୋଟରସାଇକେଲ (ନମ୍ବର: OD-02-CU-3922) ସନ୍ଦେହଜନକ ଭାବରେ ଦ୍ରୁତ ଓ ବେପରୁଆ ଗତିରେ ସିଗାଡି ପଟୁ ମନମୁଣ୍ଡା ଆଡକୁ ଯାଉଥିବା ଦେଖି ଅଟକାଇଥିଲେ । ପୋଲିସ କନପା ରୋଡ଼ରେ ସିଗାଡି ଗ୍ରାମ ନିକଟରେ ଗାଡ଼ିଟିକୁ ଅଟକାଇ ତଲାସି କରିବାବେଳେ ଏକ ଜରି ବସ୍ତା ମଧ୍ୟରୁ 45 କେଜି ଗଞ୍ଜେଇ ବାହାରିଥିଲା l ପରେ ଗଞ୍ଜେଇ କୁ ଜବତ କରିଥିଲେ । ଅଭିଯୁକ୍ତଙ୍କୁ ପଚରାଉଚରା କରିବାରୁ ସେ ନିଜ ନାମ ଶୁଭ୍ରାଂଶୁ ଶେଖର ସୁନା (28), ସାକିନ୍– କଳିଙ୍ଗନଗର, ସୋନପୁର, ଥାନା– ସୋନପୁର, ଜିଲ୍ଲା– ସୁବର୍ଣ୍ଣପୁର ବୋଲି ପରିଚୟ ଦେଇଥିଲେ।ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ସମ୍ପୃକ୍ତ NDPS ଆଇନ ଧାରାରେ ମାମଲା ରୁଜୁ କରାଯାଇଛି। ଗଞ୍ଜେଇ ଓ ମୋଟରସାଇକେଲକୁ ପୋଲିସ ଜବତ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *