August 1, 2026
Home » ପାରାଦୀପ ବନ୍ଦର ପକ୍ଷରୁ ଶ୍ରମ ଆଇନ୍ ସମ୍ପର୍କିତ କର୍ମଶାଳା

ପାରାଦୀପ ବନ୍ଦର ପକ୍ଷରୁ ଶ୍ରମ ଆଇନ୍ ସମ୍ପର୍କିତ କର୍ମଶାଳା

0
WhatsApp Image 2026-08-01 at 2.03.15 PM

ପାରାଦୀପ :  ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ନୂତନ ଭାବେ ପ୍ରଚଳିତ ଚାରି ଗୋଟି ଶ୍ରମ ଆଇନ୍ ସମ୍ପର୍କରେ ଏକ କର୍ମଶାଳା ପାରାଦୀପ ବନ୍ଦର ପ୍ରଶାସନିକ ଭବନ ନୂତନ ବୋର୍ଡ ରୁମ୍ ପରିସରରେ ଆଜି ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଡେପୁଟି ଚିଫ୍ ଲେବର କମିଶନର, ଭୁବନେଶ୍ୱର ଚିରଂଜୀବ ସାଇକିଆ ଯୋଗ ଦେଇଥିବା ବେଳେ ଅଂଚଳିକ ଶ୍ରମ ଅଧିକାରୀ(କେନ୍ଦ୍ରୀୟ), ଭୁବନେଶ୍ୱର ଜୟନ୍ତ ପ୍ରସାଦ ବେହେରା ଯୋଗ ଦେଇଥିଲେ । ଏକି କର୍ମଶାଳାରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନଦା ଯୋଗ ଦେଇ ଦାୟିତ୍ୱବୋଧ, ବିଶ୍ୱାସ, ଦଳଗତ କାର୍ଯ୍ୟ ସମେତ ଶ୍ରମିକମାନଙ୍କ କଲ୍ୟାଣକାରୀ କାର୍ଯ୍ୟ ଯାହାକି ସ୍ଥାୟୀ ଓ ଚୁକ୍ତିଭିତିକ କର୍ମଚାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ସମ୍ପର୍କରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ ।

ଭାରତ ସରକାରଙ୍କ ନୂତନ ଚାରି ଗୋଟି ଶ୍ରମ ଆଇନ୍ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପାରାଦୀପ ବନ୍ଦର କର୍ମଚାରୀଙ୍କ ସମେତ ଚୁକ୍ତିଭିତିକ କର୍ମଚାରୀମାନଙ୍କ ନିମନ୍ତେ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ହରନାଦ ବକ୍ତବ୍ୟରେ ସୂଚନା ଦେଇଥିଲେ । କର୍ମଶାଳାର ମୁଖ୍ୟଅତିଥି ପାରାଦୀପ ବନ୍ଦରରେ ଶ୍ରମ ଆଇନ୍ ତଥା ଶ୍ରମିକ, କର୍ମଚାରୀମାନଙ୍କ ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡିକର ଉଚ୍ଚ ପ୍ରଶଂସା କରିଥିଲେ । ପାରାଦୀପ ବନ୍ଦର ସଚୀବ କ୍ରୀଷ୍ଣା ବାପି ରାଜୁ ଜି. ସଚେତନତା, ମିଳିତ ସହଯୋଗରେ ନୂତନ ଶ୍ରମ ଆଇନ୍ ପ୍ରଣୟନରେ ସଫଳତା ହାସଲ କରି ହେବ ବୋଲି କହିଥିଲେ । ଏହି କର୍ମଶାଳାରେ ବନ୍ଦର ଅଧିକାରୀ, କର୍ମଚାରୀ, ଠିକାଦାର, ଶ୍ରମିକ ସଙ୍ଗଠନର ପ୍ରତିନିଧିମାନେ ଯୋଗ ଦେଇ ଶ୍ରମ ପରିସରକୁ ବନ୍ଧୁତ୍ୱପୁର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ କହିଥିଲେ ।

 

prasanta dash nka report

Leave a Reply

Your email address will not be published. Required fields are marked *