August 1, 2026
Home » ବୋଧିଚକ୍ରର ଆଷlଢ଼ ପୂର୍ଣ୍ଣିମା ଆସର , ତ୍ୟାଗ,ସେବା ପରୋପକାରଓ

ବୋଧିଚକ୍ରର ଆଷlଢ଼ ପୂର୍ଣ୍ଣିମା ଆସର , ତ୍ୟାଗ,ସେବା ପରୋପକାରଓ

0
WhatsApp Image 2026-07-30 at 8.07.57 PM

ଶାନ୍ତି ହିଁ ମୁକ୍ତିର ତଥା ମହାନିର୍ବାଣ ର ମାର୍ଗ ବୋଲି ଡ଼ ବଳରାମ ଦାଶ ମତବ୍ୟକ୍ତ କରି ଧର୍ମ ଚକ୍ରର ପ୍ରବର୍ତ୍ତନ ସମ୍ପର୍କରେ ଆଲୋକ ପାତ କରିଥିଲେ l ବୋଧିଚକ୍ର ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଥିଲେ ଡ଼. ବଳରାମ ଦାଶ l l ଅଷlଢ ପୂର୍ଣ୍ଣିମା ଅବସରରେ ମାସିକ ଆଲୋଚନା ଚକ୍ର ବୌଦ୍ଧ ଦର୍ଶନରେ ଧର୍ମଚକ୍ର ପ୍ରବର୍ତ୍ତନ ତଥା ଶାନ୍ତି ଓ ନିର୍ବାଣ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ସଭାପତି କହିଲେ, ତୃଷ୍ଣା ରହିତ ଶୀଳ ଯୁକ୍ତ ଜୀବନଚର୍ଯା ଆଚରଣ ଗୃହୀ ଜୀବନରେ ଶାନ୍ତି ଓ ଆନନ୍ଦ ପ୍ରଦାନ କରିଥlଏ lପ୍ରାରମ୍ଭରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ଦ୍ବୀପ ଓ ଧୂପ ସହ ଉମେଶ ଚନ୍ଦ୍ର ଦାସ ବୁଦ୍ଧ ବନ୍ଦନା ଗାନ କରିଥିଲେ l ଇଂଜିନି ଅର ଗିରିଜା ଶଙ୍କର ପାଢ଼ୀଙ୍କର ଶରୀର ଆରୋଗ୍ୟ ପାଇଁ ପାର୍ଥନା କରାଯାଇଥିଲା l ସମ୍ପାଦକ ରମlବଲ୍ଲଭ ମହାପାତ୍ର ଅନ୍ୟ ବକ୍ତା ମାନେ ଯଥା ସୁକାନ୍ତ କୁମାର ପଣ୍ଡା, ହେକ୍ଟର ମିଶ୍ର,ବିଶ୍ୱନାଥ ମିଶ୍ର,ବୌଦ୍ଧଦର୍ଶନରେ ଶାନ୍ତି ଓ ସମର୍ପଣ ହିଁ ମୁକ୍ତି ତଥା ନିର୍ବାଣର ମାର୍ଗ ବୋଲି ଆଲୋକପାତ କରିଥିଲେ l ପୂର୍ଣ୍ଣ ଚନ୍ଦ୍ର ସାହୁ ଧମ୍ମପଦ ଅନ୍ତର୍ଗତ ଜରlବର୍ଗ ପାଠ କରି ସଂସ୍କାରିତ ଜୀବନ ଚର୍ଯାହିଁ ମୋକ୍ଷ ପ୍ରାପ୍ତିର ମାର୍ଗବୋଲି ଅଭିହିତ କରିଥିଲେ lଏହି ଆଲୋଚନା ଚକ୍ରରେ ଅଧ୍ୟାପକ ଦୟାନିଧି ପଣ୍ଡା,ପ୍ରଶାନ୍ତ କୁମାର ପାତ୍ର, ଚିତ୍ତରଞ୍ଜନ ମହାପାତ୍ର ,ଅଶୋକ କୁମାର ଅlଢିୟ ଏମ୍ କୋଟେଶ୍ୱର ପାତ୍ର, ହର ପ୍ରସାଦ ମହାପାତ୍ର, ବାସୁଦେବ ସାହୁଓ ପଦ୍ମିନୀ କୁମାରୀ ଅଂଶ ଗ୍ରହଣ କରି ବୌଦ୍ଧ ଦର୍ଶନର ବ୍ୟାଖ୍ୟା ସହ ଗୌତମବୁଦ୍ଧଙ୍କର ତ୍ୟାଗ ପୁତ ସେବା ରହିତ ଜୀବନ ଶୈଳୀହିଁ ମୁକ୍ତିର ମାର୍ଗ ବୋଲି ମତପ୍ରଦାନ କରିଥିଲେ ଅଧ୍ୟାପକ ଶଙ୍କର୍ଷଣ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l

 

puri ru saoubhagya pattanayak nka report

Leave a Reply

Your email address will not be published. Required fields are marked *