August 29, 2026
Home » ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ , ସ୍ବଚ୍ଛତାକୁ ଦେଖି ଅସନ୍ତୋଷ ପ୍ରକାଶ କଲେ l

ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ , ସ୍ବଚ୍ଛତାକୁ ଦେଖି ଅସନ୍ତୋଷ ପ୍ରକାଶ କଲେ l

0
WhatsApp Image 2026-08-07 at 1.45.42 PM

 

ସୁବର୍ଣ୍ଣପୁର —- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପ୍ରସ୍ତାବିତ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ଜିଲ୍ଲାପାଳ ଡୁଙ୍ଗୁରିପାଲି ଡାକ୍ତରଖାନା ପରିଦର୍ଶନ କରିଥିଲେ । ପ୍ରଥମେ ଶିଶୁ ମାତୃ ବିଭାଗରେ ପହଂଚିଥିଲେ । ରୋଗୀ ସଂଖ୍ୟା ଦେଖି ସତେ ଯେପରି ଜିଲ୍ଲା ସଦରମହକୁମା ଡାକ୍ତରଖାନା ବୋଲି ମନେ ହେଉଥିଲା । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷଜ୍ଞ ଡାକ୍ତର ସରୋଜ ସେଠ ବିଭିନ୍ନ ଓ୍ବାର୍ଡ ବୁଲାଇ ଦେଖାଉଥିଲେ । ବିଶେଷ କରି ଡାକ୍ତରଖାନାର ଶୌଚାଳୟ ଗୁଡିକରେ କୁଢକୁଢ ମଇଲା, ବିଦ୍ୟୁତ ବିଭ୍ରାଟ, ଜଳ ସଙ୍କଟ ଅବସ୍ଥା ଦେଖୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଆରଡବ୍ଲୁଏସଏସ, ପିଏଚଡି
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନସମୟ ରେ ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ l ବିଭାଗୀୟ ଅଧିକାରୀ ଙ୍କୁ
ଡକାଇ ଡାକ୍ତରଖାନାର ସମସ୍ତ ଅସୁବିଧା ସଜାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ସିଡିଏମଓଙ୍କୁ ଫୋନ ମାଧ୍ୟମରେ ଡାକ୍ତରଖାନର ଆବଶ୍ୟକ କର୍ମଚାରୀ, ଔଷଧ, ଡାକ୍ତରଖାନା ପରିସର ବାହାର ଭିତର ସଫାସୁତୁରା ରଖାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଡୁଙ୍ଗୁରିପାଲିର ବିଭିନ୍ନ ୱାର୍ଡ଼ରେ ପ୍ରବଳ ରୋଗୀ, ଶିଶୁ ବିଭାଗର ଚିକିତ୍ସା ପାଇଁ ଏତେ ସଂଖ୍ୟା ରେ ରୋଗୀ ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉଟଡୋର ରୋଗୀ ବିଭିନ୍ନ ବିଭାଗର ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ହୋଇଥିବା ଡା. ସଞ୍ଜୟ କୁମାର ପଧାନ ତାଲିକା ପ୍ରକାଶ କରିଥିଲେ । ଗୋଟିଏ ସିଏଚସିରେ ଏତେ ସଂଖ୍ୟାରେ ରୋଗୀ ଆସୁଥିବା ଦେଖି ଜିଲ୍ଲାପାଳ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଥିଲେ । କିନ୍ତୁ ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଡାକ୍ତରଖାନା ପରିଦର୍ଶନ ସମୟରେ ସୁଲଭ ଶୌଚାଳୟର ଶୋଚନୀୟ ଅବସ୍ଥା ଦେଖିଥିଲେ । ଏହାକୁ ଭାଙ୍ଗି ସେଠାରେ ଟ୍ରମା ସେଣ୍ଟର ଖୋଲାଯିବା ଏବଂ ଏହାକୁ ଲାଗି ରହିଥ‌ିବା ଜବରଦଖଲ ଦୋକାନ ଗୁଡିକୁ ଉଚ୍ଛେଦ କରିବାକୁ ଜିଲ୍ଲାପାଳ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶୌଚାଳୟ
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ
ପରିସରରେ ସଟ୍ଟା ଖେଳୁଥିବା ଦେଖି ଜିଲ୍ଲାପାଳ ପୋଲିସକୁ ଖବର ଦେଇ ସେମାନଙ୍କ ନାମରେ ମାମଲା ଋଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖୋଦ ଜିଲ୍ଲାପାଳ ସଟ୍ଟାଖେଳ ଚାଲିଥିବା ଆଡ୍ଡା ଉପରେ ଚଢାଉ କରି ଲୋକଲୋଚନକୁ ଆଣିଥିବାରୁ ଲୋକେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ । ଡାକ୍ତରଖାନା ପରିଦର୍ଶନ ସମୟରେ ସଚେତନ ନାଗରିକ ଗୋପାଳ ବାରିକ, ବିପ୍ରଚରଣ ସାହୁ, ଅଶୋକ ଶତପଥି , ନିତେଇ ପାଳ, ସାଂସଦ ପ୍ରତିନିଧ ବିରେନ୍ଦ୍ର କଠାର, ବିକାଶ ହାତୀ ଙ୍କ ସମେତ ଡାକ୍ତରଖାନା କର୍ମଚାରୀମାନେ ଉପସ୍ଥିତ ଥିଲେ । ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *