ବାଉଁଶୁଣୀ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବାଉଁଶୁଣୀ ମଣ୍ଡଳର ଦହ୍ୟା ଠାରେ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳ ସଭାପତି ଶରତ କୁମାର କର୍ଣ୍ଣଙ୍କ ସଭାପତିତ୍ବରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି lଏହି ବୈଠକରେ ଜିଲ୍ଲା ଉପସଭାପତି ତଥା ମଣ୍ଡଳ ପ୍ରଭାରୀ ସୁଶାନ୍ତ ବାଘଙ୍କ ସଙ୍ଗଠନ ଓ ସରକାର, ତ୍ରିରଙ୍ଗା ଯାତ୍ରା କିପରି ବିଭିନ୍ନ ଜାଗାରେ ହେବ ଆଲୋଚନା କରିଥିଲେ l ଜିଲ୍ଲା ପରିଷଦ ସଦସ୍ୟ ଜୋନ ନଂ. 4 ଇଂ. ରାକେଶ ତ୍ରିପାଠୀ ସଂଗଠନ ଉପରେ ଆଲୋଚନା କରିଥିଲେ l ସଂଗଠନକୁ ସୁଦୃଢ କରିବା ପାଇଁ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ୱର ସିଂହ ବକ୍ତବ୍ୟ ଦେଇଥିଲେ l ବୌଦ୍ଧ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପାନେଶ୍ବରୀ ଦେହୁରୀ,ରକ୍ସା ସରପଞ୍ଚ ବିଭୁତି ଡାଙ୍ଗ, ମନୁପାଲି ସରପଞ୍ଚ ଶ୍ରୀମତୀ ଭାରତୀ ମଲ୍ଲିକ ମଞ୍ଚାସୀନ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପୋଡ଼ ବସନ୍ତ ଖୁରା, ଦୁର୍ଗେସ ମହାକୁଡ଼, ଅଜିତ ମହାକୁଡ଼ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ମଣ୍ଡଳ ସାଧାରଣ ସମ୍ପାଦକ ହିମାଂଶୁ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
