July 28, 2025
Home » ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି, ଛତ୍ରପୁର ଲକ୍ଷ୍ମୀବଜାରସ୍ଥ ଗଜଲକ୍ଷ୍ମୀ ପୂଜାମଣ୍ଡପ !

ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି, ଛତ୍ରପୁର ଲକ୍ଷ୍ମୀବଜାରସ୍ଥ ଗଜଲକ୍ଷ୍ମୀ ପୂଜାମଣ୍ଡପ !

0
WhatsApp Image 2024-10-17 at 4.37.16 PM

ଛତ୍ରପୁର, ତା. ୧୭ / ୧୦ (ମୁନା ବେହେରା) ଛତ୍ରପୁର ଲୱେର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କମ୍ପ୍ଲେକ୍ସ ଏବେ ଚଳଚଞ୍ଚଳ ହୋଇଉଠିଛି । ଆୟୋଜିତ ହୋଇଛି, ମା’ଗଜଲକ୍ଷ୍ମୀ ଙ୍କ ପାର୍ବଣ ସମ୍ଭାର, ପୂଜାମଣ୍ଡପରେ ଶୋଭା ପାଉଛନ୍ତି, ଗଜବେଶ ଧାରଣ କରି ମା’ ବିଷ୍ଣୁଙ୍କ ଘରଣୀ ଲକ୍ଷ୍ମୀ । ସୁଶୋଭିତ ଗଜଲକ୍ଷ୍ମୀ ପୂଜାମଣ୍ଡପ ଆସର ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି । ବୁଧବାର ଠାରୁ ଆରମ୍ଭ ହେଇଥିବା ଗଜଲକ୍ଷ୍ମୀ ପୂଜା ସମ୍ଭାର ଷୋଡଶ ଉପଚାରରେ ଦେବୀଙ୍କୁ ପୂଜା ଆବାହନ କରାଯାଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ସମାହିତ ହୋଇ ଆସିଛି ।
ସୁନ୍ଦର ତୋରଣ ସହିତ ସୁସଜ୍ଜିତ ଆଲୋକମାଳାରେ ଚିତ୍ତାକର୍ଷକ ପୂଜା ମଣ୍ଡପ ବେଶ୍ ଆକର୍ଷଣୀୟ ହୋଇଛି । ଦୀର୍ଘ ୨୪ ବର୍ଷ ଧରି ଏଠାରେ ପାଳିତ ହୋଇ ଆସୁଥିବା ଏହି ମା’ ଗଜଲକ୍ଷ୍ମୀ ଙ୍କ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ମେଢ଼ ଖୁବ୍ ଆଡ଼ମ୍ବରପୂର୍ଣ୍ଣ ଓ ନିଆରା ହୋଇଛି ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ଦେବୀଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ଗତକାଲି ପ୍ରଥମ ଦିବସ ସନ୍ଧ୍ୟାରେ ଶହଶ୍ରାଧିକ ଭକ୍ତଙ୍କ ସମାଗମ ହୋଇ ଭକ୍ତଜନ ଦେବୀ ଙ୍କ ଦର୍ଶନ କରି ବିଭୂକୃପା ଲାଭ କରିବା ସହ ଭକ୍ତ ଖୁସିବ୍ୟକ୍ତ କରିଛନ୍ତି ।
ସପ୍ତାହବ୍ୟାପୀ ମା’ ଙ୍କ ଏହି ପୂଜା ପାର୍ବଣ ଚାଲିବାକୁ ଥିବା ବେଳେ ଚଳିତ ଅକ୍ଟୋବର ୨୨ ତାରିଖରେ ଏହି ପାର୍ବଣ ଉତ୍ସଵ ଉଦଯାପିତ ହେବ ବୋଲି ପୂଜା କମିଟୀ ପକ୍ଷରୁ କୁହାଯାଇଛି । କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼. ସରୋଜ କୁମାର ଶତପଥିଙ୍କ ପୌରହିତ୍ୟରେ ପ୍ରାତଃ କାଳରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଶ୍ରୀନୃସିଂହ ପଣ୍ଡା ଓ ରାହୁଲ କୁମାର ଦାଶ ନିୟମିତ କାର୍ଯ୍ୟବିଧି ସମ୍ପନ୍ନ କରି ଆସୁଛନ୍ତି । ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟୀ ର ସଭାପତି ବସନ୍ତ କୁମାର ମହାରଣା,
ଉପ-ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ,
ଏସ. ପ୍ରବୀଣ କୁମାର, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢ଼ୀ, ଅଖିଳ ପାଣିଗ୍ରାହୀ, ରବିନାରାୟଣ ବେହେରା, ଭି. ରମେଶ,ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କେ. ଶ୍ରୀନିବାସ ଦୋରା, ଗୌରହରି ସାମଲ, ଗୌରୀଶଙ୍କର ରଥ, ସନ୍ତୋଷ ସାହୁ ଙ୍କ ସମେତ ବହୁ ପୂଜା କମିଟୀର ସଦସ୍ୟ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ ।।

Leave a Reply

Your email address will not be published. Required fields are marked *