August 15, 2026
Home » ସୋନପୁର ମହାରାଜା ହାଇସ୍କୁଲରେ ସାଇବର ସଚେତନତା ଓ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ସୋନପୁର ମହାରାଜା ହାଇସ୍କୁଲରେ ସାଇବର ସଚେତନତା ଓ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

0
WhatsApp Image 2026-08-14 at 5.48.21 PM

 

ସୁବର୍ଣ୍ଣପୁର —ସୋନପୁର ମହାରାଜା ହାଇସ୍କୁଲ ପରିସରରେ ସାଇବର ସଚେତନତା ଓ ନିଶାମୁକ୍ତ ଅଭିଯାନକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ସହ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ନେଇ ସଚେତନ କରାଯାଇଥିଲା।
ମହାରାଜା ହାଇସ୍କୁଲ, ସୋନପୁରରେ ଆୟୋଜିତ ହୋଇଥିଲା ସାଇବର ସଚେତନତା ଓ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇ, ଅନଲାଇନ୍ ଅପରାଧ ଏବଂ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।
ଏହା ସହ ନିଶାଦ୍ରବ୍ୟ ସେବନର କୁପରିଣାମ ଏବଂ ଯୁବପିଢ଼ି ଉପରେ ଏହାର ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ନିଶାଠାରୁ ଦୂରେଇ ରହି ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା।
ସାଇବର ଅପରାଧ ଓ ନିଶାସେବନ ବିରୋଧରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *