ବିଭିନ୍ନ ସଂଗଠନ ପକ୍ଷରୁ ସୁବର୍ଣ୍ଣପୁର ସହର ରେ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ଉଦଘାଟନ କଲେ ଜିଲ୍ଲାପାଳଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଆଜି ସୋନପୁର ସହର ରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ତ୍ରିରଙ୍ଗା ର ସମ୍ମାନ ଆଗାମୀ ସ୍ୱାଧୀନତା ଦିବସ ପାଳନ କୁ ଲକ୍ଷ୍ୟ ରଖି ଆଜି ସ୍ୱଚ୍ଛ ଭାରତ ସଙ୍ଗଠନ ର ସଂଯୋଜନା ରେ ସୁବର୍ଣ୍ଣପୁର ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସ୍କୁଲ କଲେଜ ପକ୍ଷରୁ ସ୍ଥାନୀୟ ରାମ ଧୂନ୍ କ୍ଲବ୍ ସମ୍ମୁଖ ରୁ ଗଙ୍ଗାଧର ମେହେର ଛକ ଯାଏ ଏକ ବିଶାଳ ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ତ୍ରୀରଙ୍ଗା ଶୋଭାଯାତ୍ରା ଦ୍ୱାରା ଅଧିକ ରୁ ଅଧିକ ଲୋକ ଙ୍କୁ ସଚେତନ କରାଯାଇ ଲୋକ ଙ୍କ ମନ ରେ ଜାତୀୟତା ଭାବ ସୃଷ୍ଟି କରା ଯାଇ ପାରିଛି ବୋଲି କହିଥିଲେ l ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାଏକ୍ ଓ ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ ଓ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l

ଏହି କାର୍ଯ୍ଯକ୍ରମ କୁ ସ୍ବେଛାସେବୀ ମନୋରଞ୍ଜନ ତ୍ରିପାଠୀ ଓ ମନୋଜ୍ ପଣ୍ତା ସଂଯୋଜନା କରିଥିବାବେଳେ ଏହି ଆୟୋଜନ ରେ ଲେଫ୍ଟ୍ଟେନେଣ୍ଟ ଆଶିଷ କୁମାର ଅଗ୍ରୱାଲ, ଶୟଦ ଅଲି ମୂଲ୍ ଇସଲାମ୍, ଯଶୋଦା ଦେବୀ ନର୍ସିଂ ସ୍କୁଲ୍ ଅଧ୍ୟକ୍ଷ ଦିବାକର ନାୟକ, ରାଜେଶ୍ୱରୀ ନାୟକ, ସ୍ୱପ୍ନା ଶିଖା, ଅଧ୍ୟାପକ ମଦନ ସୁନ୍ଦର ଖେତି, ପୀୟୂଷ ପଣ୍ଡା, ପ୍ରମୋଦ କୁମାର ସାହୁ, ଗୋପାଳ ନେଗି ଶ୍ରୀବନ୍ତ ମିଶ୍ର, ଦୁର୍ଯ୍ୟୋଧନ ସାହୁ , କ୍ଷୀରୋଦ ମେହେର, ରବୀନ୍ଦ୍ର ଜେନା , ବିକାଶ ପଣ୍ତା, ଲଡ଼ୁ କିଶୋର ମଲ୍ଲିକ , ପୁରନ୍ଦର ମେହେର ପ୍ରମୁଖ ସ୍ବେଛାସେବୀ ସହଯୋଗ କରିଥିଲେ l ସ୍ୱଚ୍ଛ ଭାରତ ସଙ୍ଗଠନ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, ସୋନପୁର କଲେଜ୍ ଏନ୍ ସି ସି, ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି, ରାମ ଧୂନ୍ କ୍ଲବ୍ ର ସମସ୍ତ ସଦସ୍ୟ ଏହି କାର୍ଯ୍ଯ କ୍ରମ ରେ ସାମିଲ ହୋଇ “ହର ଘର ତ୍ରୀରଙ୍ଗା” “ଭାରତ ମାତା କି ଜୟ” ବନ୍ଦେ ମାତରଂ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥିଲେ l ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଅତିଥି ସ୍ବେଛାସେବୀ ଏହି ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ l ଶେଷରେ ଏକ ସଚେତନତା ପଥ ପ୍ରାନ୍ତ ସଭା ରେ ଜିଲ୍ଲପାଳ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ସମସ୍ତ ଦେଶ ପ୍ରେମୀ ଙ୍କୁ ଉତ୍ସାହିତ କରିଥିଲେ l ଆଇନ୍ ଜୀବୀ ପ୍ରଦୀପ ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
