ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ୮୦ତମ ସ୍ୱାଧୀନତା ଦିବସ ପାଳିତ।
ଭବାନୀପାଟଣା : ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ,ଭବାନୀପାଟଣାରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଓ ଦେଶପ୍ରେମର ଭାବନା ସହ ପାଳନ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ପଣ୍ଡା ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ମାତରଂ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହି ଅବସରରେ ବିଦ୍ୟାର୍ଥୀମାନେ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଯୋଗ ପ୍ରଦର୍ଶନ ଓ ବକ୍ତୃତା ପରିବେଷଣ କରିଥିଲେ।

ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ବିଦ୍ୟାର୍ଥୀମାନଙ୍କୁ ଶୃଙ୍ଖଳା, ଦାୟିତ୍ୱବୋଧ, ଏକତା ଓ ଦେଶପ୍ରେମର ମୂଲ୍ୟବୋଧକୁ ଆପଣାଇବା ପାଇଁ ପ୍ରେରିତ ହେବା ପାଇଁ ମୁଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀ ଭୀମସେନ ପଣ୍ଡା ଅଭିଭାଷଣ ପ୍ରଦାନ କରି ଦେଶର ପ୍ରଗତି ଓ ବିକାଶରେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଯୋଗଦାନ କରିବାକୁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ ଓ କର୍ମଚାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
