ନମ୍ରତା ଫାଉଣ୍ଡେସନ ର ଲୋଗୋ ଉନ୍ମୋଚନ ଓ ଶୁଭାରମ୍ଭ ଉତ୍ସବ ପାଳିତ
ସୁବର୍ଣ୍ଣପୁର —୮୦ ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ଅଞ୍ଚଳ ର ସମସ୍ତ ବୃଦ୍ଧିଜୀବୀ ଓ ଶିକ୍ଷାବିତ ମାନଙ୍କ ପରାମର୍ଶ କ୍ରମେ ଯୁବକ ମାନଙ୍କ ପ୍ରଚେଷ୍ଟାରେ ଜାତି ଧର୍ମ ନିର୍ବିଶେଷରେ ସମାଜ ର ଜନମଙ୍ଗଳ କାର୍ଯ୍ୟ ଉଦେଶ୍ୟ ରେ ଗଠନ କରାଯାଇଥିବା ଏକ ନୂତନ ସାମାଜିକ ସଂଗଠନ ନମ୍ରତା ଫାଉଣ୍ଡେସନ ର ଲୋଗୋ ଉନ୍ମୋଚନ ଓ ଶୁଭାରମ୍ଭ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ହରିହର ମେହେର ଯୋଗଦେବା ସହିତ ସଂଗଠନ ର ଲୋଗୋ କୁ ଉନ୍ମୋଚନ କରିଥିଲେ l ମୁଖ୍ୟ ବକ୍ତା ଭାବେ ବାଉଁଶୁଣୀ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତର୍କଶାସ୍ତ୍ର ବିଭାଗ ଅଧ୍ୟାପକ ମକର ମହାରଣା ଯୋଗଦେଇ ସମସ୍ତଙ୍କୁ ସମାଜସସେବା ଉପରେ ଉଦବୋଧନ ଦେବା ସହ ଏହି ସଂଗଠନ କିପରି ଭାବରେ ଜିଲ୍ଲା ରାଜ୍ୟ ତଥା ଜାତୀୟ ସ୍ତରରେ ସେବା କାର୍ଯ୍ୟ କରି ସୁନାମ ଆଣିବ ସେଉପରେ ବକ୍ତବ୍ୟ ରଖିଥିଲେ l

ଅନ୍ୟତମ ସମ୍ମାନିତ ଅତିଥି ଭାବେ ପଲଶାଗୋରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ ମହାକୁଳ ମଧ୍ୟ ସଂଗଠନ କିପରି ସୁଦୃଢ ହେବା ସହ ଆଗକୁ ସେବାକାର୍ଯ୍ୟ ଜାରିରହିବ ସେ ବିଷୟରେ ସଦସ୍ୟ ମାନଙ୍କୁ ଅବଗତ କରେଇଥିଲେ ଏବଂ ଓଡିଶା ମାନବଧିକାର କମିଶନର ସଦସ୍ୟ ସୁଧୀର ଚୌଧୁରୀ ସଂଗଠନ କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ କେତେକ ନୀତିନିୟମ ଉପରେ ଉପଦେଶ ଦେଇଥିଲେ l ସଂଗଠନର ସଦସ୍ୟ ସହସ୍ରାଂଶୁ ମହାକୁଳ ମଞ୍ଚ ପରିଚାଳନା କରିଥିବାବେଳେ ମହେନ୍ଦ୍ର ମହାକୁଳ ସଂଗଠନର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ l ଶେଷରେ ପ୍ରଶାନ୍ତ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶୁଭାରମ୍ଭ ଉତ୍ସବ ରେ ଦୁର୍ଯ୍ୟୋଧନ ବନଚୋର, ପରମାନନ୍ଦ ମହାକୁଳ, ପ୍ରଶାନ୍ତ ମହାକୁଳ, ଦିଲ୍ଲୀପ କର୍ଣ୍ଣ, ନିରଞ୍ଜନ ଗେଜ, ଶଶୀ ମହାକୁଳ, ବସନ୍ତ ଭୋଇ, ରଶ୍ମି ଡାଙ୍ଗ,ଆକାଶ ଖଟୁଆ, ମକରଧ୍ଵଜ ବାରିକ, ଆଶିଷ ଡାଙ୍ଗ, ଚୈତନ୍ୟ ବାରିକ, ବିବେକା ନାଏକ ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
