August 21, 2026
Home » ସବୁଦିନ ମନେ ରହିବ ରାଜୀବ ଗାନ୍ଧୀଜୀଙ୍କ ତ୍ଯାଗ ତପସ୍ଯା ଓ ବଳିଦାନ – ଭକ୍ତ ଚରଣ ଦାସ

ସବୁଦିନ ମନେ ରହିବ ରାଜୀବ ଗାନ୍ଧୀଜୀଙ୍କ ତ୍ଯାଗ ତପସ୍ଯା ଓ ବଳିଦାନ – ଭକ୍ତ ଚରଣ ଦାସ

0
WhatsApp Image 2026-08-21 at 2.51.55 PM

 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ୮୨ ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ, ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ଓ ୟାଦି ର ମିଳିତ ଉଦ୍ୟମରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ ର ରାଜ୍ଯ ସଭାପତି ସତ୍ଯବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ମହାଆଡମ୍ବର ସହିତ ଆୟୋଜିତ ହୋଇଯାଇଛି ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ -2026କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମରେ ଓଡିଶା ପିସିସି ସଭାପତି ଭକ୍ତଚରଣ ଦାସ ମୁଖ୍ଯଅତିଥି ,ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ ମୁଖ୍ଯବକ୍ତା ,କଂଗ୍ରେସ ବିଧାୟକ ଦଳର ରାନେତା ରାମଚନ୍ଦ୍ର କାଡାମ, , ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଓଡିଶା ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆ ର ପୂର୍ବତନ କୁଳପତି ପଦ୍ମଶ୍ରୀ ଡ. ଅଶୋକ ମହାପାତ୍ର, କଂଗ୍ରେସ ର ରାଜ୍ଯ ସହ ପ୍ରଭାରୀ ଜେଟି କୁସୁମ କୁମାର ଓ ବରିଷ୍ଠ ସାମ୍ବାଦିକ ତଥାଦୈନିକ ସମ୍ବାଦ ପତ୍ର ପର୍ଯ୍ୟବେଖକ ଓ କଳିଙ୍ଗ କ୍ରୋନିକିଲ ର ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।

ନିଜ ଅଭିଭାଷଣ ରଖି ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ ଆଧୁନିକ ଭାରତର ପ୍ରକୃତ ସ୍ରଷ୍ଟା ଯଦି କିଏ , ସେ ହେଉଛନ୍ତି ପୂର୍ତତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଜୀ। ତାଙ୍କ ତ୍ଯାଗ, ତପସ୍ଯା ଓ ବଳିଦାନ ସବୁବେଳେ ଚିରସ୍ମରଣୀୟ ହୋଇ ରହିବ। ସେ ଏକ ପ୍ରତିଷ୍ଠିତ ପରିବାର ରୁ ଆସି ମଧ୍ୟ ସାଧାରଣ ଓ ସରଳ ଜୀବନ ଯାପନ କରୁଥିଲେ। ନିଜ ମା ବିଶ୍ବର ସର୍ବ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଥିଲା ସମୟରେ ରାଜୀବ ଜୀ ପାଇଲଟର କାମ କରୁଥିଲେ। ଆଜିର ଜେନଜି ତଥା ଛାତ୍ରଛାତ୍ରୀ ମାନେ ରାଜୀବ ଜୀଙ୍କ ନିକଟରୁ ବହୁତ କିଛି ଶିଖିବାର ଅଛି। ଗଣତାନ୍ତ୍ରିକ ବ୍ଯବସ୍ଥା ଭିତରେ ନିଜର ମତକୁ ସାବ୍ଯସ୍ତ କରିବା ପାଇଁ ସେ ଭୋଟ ଦେବାର ଅଧିକାର ୨୧ ରୁ ୧୮ ବର୍ଷ ପର୍ଯ୍ୟନ୍ତ କମାଇ ଦେଇଥିଲେ। ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ, ଟେଲିକମ ର ଉନ୍ନତି ଓ ପ୍ରଶାସନ ରେ ସ୍ବଚ୍ଛତା,ଜାତୀୟ ଶିକ୍ଷା ନୀତିରେ ପରିବର୍ତନ କରି ନବୋଦୟ ବିଦ୍ୟାଳୟ ଭଳି ଅନେକ ଅସୁମାରୀ ଯୋଜନା ଦେଶର ପ୍ରଗତୀ ଓ ପରିବର୍ତ୍ତନ ପାଇଁ ଅଭିପ୍ରେତ ଥିଲା ।

ଶ୍ରୀଦେଶାଇ ନିଜ ବକ୍ତବ୍ଯରେ କରିଥିଲେ ଯେ, ଦେଶରେ ଯେଉଁ ଡିଜିଟାଲ କ୍ରାନ୍ତି ସୃଷ୍ଟି ହୋଇଛି ତାର ମୂଳଦୁଆ ରାଜୀବ ଗାନ୍ଧୀ ପକାଇଥିଲେ। ଯେତେବେଳେ ବିରୋଧୀ କମ୍ପ୍ଯୁଟର ର ବ୍ଯବହାର କୁ ତିରସ୍କାର କରୁଥିଲେ ସେହି ସମୟରେ ପଲ୍ଲୀ ରୁ ପାଲ୍ଯାମେଣ୍ଟ ପର୍ଯ୍ୟନ୍ତ କିଭଳି କମ୍ପ୍ୟୁଟର ର ବହୁଳ ବ୍ଯବହାର ହେବ ସେ ସ୍ବପ୍ନ ସେ ଦେଖିଥିଲେ। ଏକବିଂଶ ଶତାବ୍ଦୀରେ ସେ ଯେଉଁ ସ୍ବପ୍ନ ଦେଖିଥିଲେ ସେ ଅଧୁରା ସ୍ବପ୍ନ କୁ ପୁରଣ କରିବା ଆମର ଦାୟୀତ୍ବ ଓ କର୍ତବ୍ୟ।
ଡ.ମହାପାତ୍ର ନିଜ ବକ୍ତବ୍ଯରେ କହିଥିଲେ ଯେ, ରାଜୀବ ଜୀ ଥିଲେ ଜଣେ ଯୁଗଶ୍ରଷ୍ଟା । ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଚିକିତ୍ସା ବିଜ୍ଞାନରେ ଅନେକ ଉନ୍ନତି ଆସିଥିଲା ।
ସଭା ଶେଷରେ ଅନେକ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ଯାଳୟ ର ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର, ୟୁଥ ରେଡକ୍ରସ କାଉନସିଲର, ଏନ୍ ସିସି ଏଏନ୍ ଓ, ସ୍କାଉଟ, ଗାଇଡ, ରୋଭର, ରେଞ୍ଜର ଲିଡର ଓ ଗାଇଡ ପରି ୭୦ ଜଣଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧୀ ଶିକ୍ଷାସମ୍ନାନ ରେ ସନ୍ନମାନିତ କରାଯାଇଥିଲା ଓ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦ ଜଣ ପ୍ରତିଭାବାନ ସମାଜ ସେବୀ ମାନଙ୍କୁ ଚଳିତ ବର୍ଷ ର ରାଜୀବ ଗାନ୍ଧୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ଉପସଭାପତି ଭବାନୀ ଶଙ୍କର ଜେନା, ସଂଯୋଜନା ପ୍ରୀୟବତ ନାଏକ, ସନ୍ତୋଷ ପ୍ରଧାନ, ସାଗର ରଞ୍ଜନ ପରିଡା, ଅରୁଣ ଜ୍ଯୋତି ପାଣିଗ୍ରାହୀ ଅନୀଲ ମହାନ୍ତି, ମିର ଅବୁବକର ସିଦ୍ଦିକି, ପ୍ରକାଶ ଚନ୍ଦ୍ର ନାଏକ, ଅନିଲ ଛୁଆ ସିଂ,ବାପୁନୀ ବେହେରା, ଆଶୁତୋଷ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିବା ବେଳେ ଉତ୍ତର ଓଡ଼ିଶା ସଂଯୋଜକ ଦେବେନ୍ଦ୍ର ଆଚାର୍ଯ୍ୟ ଧନ୍ଯବାଦ ଅର୍ପଣ କରିଥିଲେ।

ଇପିଏ ନ୍ଯୁଜ୍ ରଣପୁର ବାଳକୃଷ୍ଣ ଷଢଙ୍ଗୀ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।