August 22, 2026
Home » କଣ୍ଟାମାଳ ହାଇସ୍କୁଲରେ ବଜ୍ରପାତ ପ୍ରତି ସାବଧାନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

କଣ୍ଟାମାଳ ହାଇସ୍କୁଲରେ ବଜ୍ରପାତ ପ୍ରତି ସାବଧାନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2026-08-22 at 4.55.29 PM

ସୁବର୍ଣ୍ଣପୁର:କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ୍‌ (JRC) ତରଫରୁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ବନମାଳୀ ମେହେର ତାଲିମ ଦାତା ଭାବେ ଯୋଗ ଦେଇ ବଜ୍ରପାତ ସମୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ କିପରି ନିଜକୁ ସୁରକ୍ଷିତ ରଖିବେ, ସେ ସମ୍ପର୍କରେ ସଚେତନ କରିବା ସହ ତାଲିମ୍ ପ୍ରଦାନ କରିଥିଲେ।
ବଜ୍ରପାତ ସମୟରେ ଘର କିମ୍ବା ପକ୍କା ଅଟ୍ଟାଳିକା ଭିତରେ ରହିବା, ଗଛ ତଳେ ଆଶ୍ରୟ ନ ନେବା, ବିଦ୍ୟୁତ୍‌ ତାର ଓ ଧାତବ ବସ୍ତୁଠାରୁ ଦୂରେଇ ରହିବା, ଜଳାଶୟରୁ ଦୂରେଇ ରହିବା ଏବଂ ପାଣିପାଗ ସମ୍ପର୍କିତ ସତର୍କ ସୂଚନା ପ୍ରତି ଧ୍ୟାନ ଦେବା ଆଦି ସୁରକ୍ଷା ନିୟମ ବିଷୟରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସଚେତନତା ବାର୍ତ୍ତାକୁ ନିଜ ପରିବାର ଓ ସମାଜରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ। ଜୁନିଅର ରେଡ଼କ୍ରସ୍‌ର ଏପରି ଜନସଚେତନତାମୂଳକ କାର୍ଯ୍ୟକ୍ରମ ବଜ୍ରପାତଜନିତ ଦୁର୍ଘଟଣା ଓ ଜୀବନହାନି ହ୍ରାସ କରିବାରେ ସହାୟକ ହେବ ବୋଲି ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ହେମବନ୍ତି ବାଘ,ଏମ୍ ମାଧୁରୀ ଦୋରା, ଶିକ୍ଷକ ସତ୍ୟଜିତ ପଣ୍ଡା, ସୁଜିତ୍ କୁମାର ତରିଆ,ସରୋଜ ସାହୁ ,ଶ୍ରୀକାନ୍ତ ବୁଦ୍ଧିଆ,ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସାହୁ , ଶିକ୍ଷକ ସୌରଭ ସାହୁ, ସୁଦାମ ଚରଣ ମିଶ୍ର,ବୀରଭଦ୍ର ମିଶ୍ର ଓ ଦେବସ୍ରୀତ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ।ପରିଶେଷରେ ଶିକ୍ଷକ ଆଲୋକ କୁମାର ପରଡ଼ିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *