August 24, 2026
Home » ଗଞ୍ଜେଇ ଚୋରା ଚାଲାଣକୁ ନେଇ ଗୁଳିକାଣ୍ଡ : ଗୋହିରାଘାଟ ଗୁଳିକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗିରଫ l

ଗଞ୍ଜେଇ ଚୋରା ଚାଲାଣକୁ ନେଇ ଗୁଳିକାଣ୍ଡ : ଗୋହିରାଘାଟ ଗୁଳିକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗିରଫ l

0
WhatsApp Image 2026-08-23 at 5.55.29 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମରାଡୁଗୋଛା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁହିରାଘାଟ ଗ୍ରାମରେ ପୁର୍ବ ଶତ୍ରୁତା ତଥା ଗଞ୍ଜେଇ ତୋରା ତାଲାଣ କୁ ନେଇ ଗୁଳି କାଣ୍ଡ ହୋଇଥିଲା। ସେଥିରେ ଗୁହିରାଘାଟ ଗ୍ରାମର ସୁରଦିପ ସାହୁ ଙ୍କ ପେଟର ବାମ ପଟରେ ଗୁଳି ବାଜି ଆହତ ହୋଇ ଏବେ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ତରଭା ପୋଲିସ ଅତର୍କିତ ଚଢାଉ କରି ତରଭା ତଁଅଲାପଡାର ବବିସେନ ନାଏକ (୨୩),ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଡଛପାପାଲି ଗ୍ରାମର ସାନନ୍ଦ ସାହୁ (୨୨),ତରଭା ବ୍ଲକ ପଡାର ସାଗର ମହାନନ୍ଦ(୨୩) ଓ ସିଂଘାରି ପଞ୍ଚାୟତ ର ଟିଠେଇପାଲି ଗ୍ରାମର ଦିପକ ଷାଣ୍ଢ(୨୦) ଚାରି ଜଣକୁ ପୋଲିସ ଗିରପ କରି କୋର୍ଟ ଚାଲାଣ କରିସାରିଥିବା ବେଳେ ଶନିବାର ତରଭା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଆଇ ଆଇ ସି ଡୋଲାମଣୀ ନାଏକ ଙ୍କ ନେତ୍ରୁତ୍ବରେ ଏସ୍ ଆଇ ପ୍ରଶନ୍ନଜିତ ବେହେରା, ଏ ଏସ୍ ଆଇ ନିରୁପମା ସ୍ୱାଇଁ ଓ ବିଭୁନ୍ଦେନ୍ଦ୍ର ବରାଳ, ହାବିଲଦାର ଶତ୍ରୁଘନ ମେହେର, କବିରାଜ କଁହର ଙ୍କ ସମେତ ସମସ୍ତ ପୋଲିସ ଦଳ ଅତର୍କିତ ଚଢାଉ କରି ଜଡାପାଲ ଜଙ୍ଗଲ ରୁ ମୁଖ୍ଯ ଅଭିଯୁକ୍ତ ଖୁସି ରାମ ଭୋଇ (ହରି) କୁ ଗିରଫ କରିବାରେ ସଫଳ ହୋଇ ଥିଲେ । ଅଭିଯୁକ୍ତ ର ଘର ପଛପଟେ ଥିବା ପାଇଖାନା ରୁ ଗୋଟିଏ ଦେଶୀ ପିସ୍ତଲ ସହ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି । ଏ ନେଇ ତରଭା ଥାନାରେ ଗୋଟିଏ ମାମଲା ରୁଜୁ କରି ରବିବାର ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ନାଏକ ସୁଚନା ଦେଇଛନ୍ତି। ସୁଚନା ଯୋଗ୍ଯ ଯେ ଅଭିଯୁକ୍ତ ଖୁସି ରାମ ଆଗରୁ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହିଥିବା ଓ ପୋଲିସ ରେ ମାମଲା ଥିବା ସୁଚନା ମିଳିଛି l ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *