August 27, 2026
Home » ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବସ୍ତାନୀ ବିହୀନ ଦିବସ କେନ୍ଦୁଝର

ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବସ୍ତାନୀ ବିହୀନ ଦିବସ କେନ୍ଦୁଝର

0
WhatsApp Image 2026-08-25 at 10.11.20 PM

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମଣ୍ଡୁଆ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ବସ୍ତାନୀ ବିହୀନ ଦିବସ ପାଳିତ ହୋଇଯାଇଛି। ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ଲକ୍ଷ୍ୟ କରି ଆଜି ବିଦ୍ୟାଳୟରେ ରାକ୍ଷୀରେ ରାକ୍ଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବସ୍ତାନୀ ବିହୀନ ଦିବସ ବିଦ୍ୟାଳୟ ତରଫରୁ ପାଳନ କରାଯାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ।

ଭାରତୀୟ ପରମ୍ପରାକୁ ରକ୍ଷା କରିବା ପାଇଁ ରାକ୍ଷୀ ପ୍ରସ୍ତୁତ କରି ପିଲାମାନଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରାକୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସଦର ବ୍ଲକର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳଚନ୍ଦ୍ର ଦାସ ଯୋଗଦେଇ ବିଦ୍ୟାଳୟର ଏତାଦୃଶ୍ୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅଭିବ୍ୟକ୍ତା ଭାବରେ କେନ୍ଦୁଝର ସଦର ବ୍ଲକର ବନାଯୋଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହିମାଦ୍ରୀ ପତି ଯୋଗଦେଇ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତିଳୋତ୍ତମା ସାହୁଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ମିଶ୍ର, ସୁସ୍ମିତା ପ୍ରିୟମ୍ବଦା ରାଉତ, ରଞ୍ଜିତା ରାଣୀ ମଲ୍ଲିକ, ଶୁଭଶ୍ରୀ ରାଉତ, ଶୁଭଶ୍ରୀ ମହାନ୍ତ ଓ ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।ସମସ୍ତ ପିଲାଙ୍କୁ ରାଖୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *